୮୨ ବର୍ଷ ପୂର୍ବରୁ ବ୍ରାଡମ୍ୟାନ କରିଥିଲେ ଏହି ରେକର୍ଡ, ଏଥର ବିରାଟଙ୍କ ପାଳି!

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡକୁ ଟ୍ରେଣ୍ଟ ବ୍ରିଜ୍‌ରେ ୨୦୩ ରନ୍‌ରେ ପରାସ୍ତ କରିବା ପରେ ବିଶାଳ ଆଶା ନେଇ ଫର୍ମକୁ ଫେରିଛି। ଭାରତୀୟ ଟିମ୍‌ ଚଳିତ ଶୃଙ୍ଖଳାକୁ ନିଜର କରିବାକୁ ଆଶା ରଖିଛି। ଇଂଲଣ୍ଡ ବିରୋଧରେ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାରେ ମଜବୁତ ସ୍ଥିତିରେ ଥିବା ଭାରତ ଶୃଙ୍ଖଳାର ୧-୨ରେ ଅଛି।

କୋହଲିଙ୍କ ଟିମ୍‌ ଇଣ୍ଡିଆ ପାଖରେ ଏବେ ବଡ଼ ରେକର୍ଡ କରିବାକୁ ସୁଯୋଗ ଆସିଛି, ଯାହାକି ବିଶ୍ୱ କ୍ରିକେଟରେ ବିଗତ ୮୨ ବର୍ଷରେ କୌଣସି ଟିମ କରିପାରି ନାହାନ୍ତି। ଏହି ଶୃଙ୍ଖଳାରେ ୦-୨ରେ ପଛୁଆ ଥାଇ ମଧ୍ୟ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାରେ ୩-୨ରେ ବିଜୟ ହାସଲ କରିବା। କିନ୍ତୁ ନଟିଂହାମରେ ବିଜୟ ହାସଲ କରିବା ପରେ ଟିମ ଇଣ୍ଡିଆ ଏହି ବଡ଼ ଉପଲବ୍ଧି ହାସଲ କରି ଆଉ ଏକ ପାଦ ଆଗକୁ ଅଗ୍ରସର ହୋଇଛି। ବିଗତ ୮୨ ବର୍ଷ ଭିତରେ ଏପର୍ଯ୍ୟନ୍ତ କୌଣସି ଟିମ୍‌ ଟେଷ୍ଟ ଶୃଙ୍ଖଳାରେ ୦-୨ରେ ପଛୁଆ ଥାଇ ଶୃଙ୍ଖଳା ଜିତିବାରେ ସଫଳ ହୋଇ ନାହାନ୍ତି।

ବର୍ଷ ୧୯୩୬-୩୭ରେ ଅଷ୍ଟ୍ରେଲିଆ ଏକ ମାତ୍ର ଟିମ ଥିଲା, ଯେଉଁଥିରେ ସାର୍‌ ଡନ୍‌ ବ୍ରାଡମ୍ୟାନଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିରୋଧରେ ଏସେଜ୍‌ରେ ୦-୨ରେ ପଛୁଆ ଥାଇ ମଧ୍ୟ ପରେ ୩-୨ରେ ଜିତିଥିଲା। ବିରାଟଙ୍କ ଦଳ ଯଦି ସାଉଥେମ୍ପଟନ ଓ ଦ ଓଭାଲରେ ଇଂଲଣ୍ଡକୁ ହରାଇ ଦିଏ ତାହେଲେ, ତା’ହେଲେ ଏହି ସ୍ମୃତି ଭାରତୀୟ ଟିମ୍‌ ପାଇଁ ଐତିହାସିକ ହେବ।

 

ସମ୍ବନ୍ଧିତ ଖବର