ବ୍ୟକ୍ତିଗତ ଭାବେ କୋହଲି ଏକ ନିଆରା ଅଧର୍ଶତକ ହାସଲ କରିଥିଲେ। ବିଶ୍ବକପ ଅଧିନାୟକତ୍ବର ପ୍ରଥମ ମୁକାବିଲାରେ କୋହଲି ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ବ୍ୟାଟ୍ରେ ବଡ଼ ସ୍କୋର କରି ପାରି ନଥଲେ ମଧ୍ୟ ଅଧିନାୟକ ଭାବେ ସେ ୫୦ତମ ବିଜୟ ହସାଲ କରିଥିଲେ। ଅଧିନାୟକ ଭାବେ ଦ୍ରୁତତମ ୫୦ତମ ବିଜୟ ତାଲିକାରେ ସଂପ୍ରତି କୋହଲି ତୃତୀୟ ସ୍ଥାନରେ ରହିଛନ୍ତି। ସେ ୬୯ ମ୍ୟାଚ୍ରୁ ୫୦ତମ ବିଜୟ ପାଇଥିଲା ବେଳେ ରିକି ପଣ୍ଟିଂ ଓ କ୍ଲାଇଭ୍ ଲୟଡ୍ ୬୩ ଏବଂ ଦକ୍ଷିଣ ଆଫ୍ରିକା ଅଧିନାୟକ ହାନସି କ୍ରୋନିଏ ୬୮ ମ୍ୟାଚ୍ରୁ ଏଭଳି ସଫଳତା ଲାଭ କରିଥିଲେ। ୭୦ ମାଚ୍ ସହ ଭିଭିଆନ୍ ରିଚାର୍ଡସ ଚତୁର୍ଥରେ ଅଛନ୍ତି। ବୁଧବାର ମଧ୍ୟ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା କୌଣସି ବିଶ୍ବକପରେ ହ୍ୟାଟ୍ରିକ୍ ପରାଜୟ ବରଣ କରିଥିଲା। ସେପଟେ ପଶ୍ଚାତଧାବନରେ ରୋହିତ ଶର୍ମା ନବମ ଅପରାଜିତ ଶତକ ହାସଲ କରିଥିଲେ। ୧୧ ଶତକ ସହ କୋହଲି ଏହିକ୍ରମରେ ଭାରତ ପାଇଁ ପ୍ରଥମ ସ୍ଥାନରେ ରହିଛନ୍ତି।
କୋହଲିଙ୍କ ଅଧିନାୟକ ଅର୍ଧଶତକ
/sambad/media/post_attachments/wp-content/uploads/2019/06/virat_kohli_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)