ଆମିରଙ୍କୁ ଦ୍ବନ୍ଦ୍ବରେ ପକାଇଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭଳି ଦେଖାଯାଉଥିବା ଏକ ଫଟୋ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମିରଙ୍କୁ ଦ୍ବନ୍ଦ୍ବରେ ପକାଇବା ସହ ବିମୋହିତ କରିଛି। ତୁର୍କିର ଲୋକପ୍ରିୟ ଟିଭି ଧାରାବାହିକ ‘ଡିରିଲିସ:ଏର୍ତୁଗ୍ରୁଲ’ର ଅଭିନେତାଙ୍କ ଫଟୋ କୋହଲିଙ୍କ ପରି ଦେଖାଯାଉଥିବାରୁ ଅମୀର ଏହାକୁ ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି। ଏହି ଫଟୋରେ ଅଭିନେତା ଜଣଙ୍କ ହସୁଥିବାର ଇମୋଜି ରଖିଛନ୍ତି। ଆମିର ଏଥି ସହ ଲେଖିଥିଲେ ‘ଏହା ଆପଣ କି ?ବୋଲି ନା ମୁଁ ଦ୍ବିବିଧାରେ ପଡିଛି’। ଆମିରଙ୍କ ଟ୍ବିଟ୍‌ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାକୁ ଲାଗିଛି। ପ୍ରକୃତରେ ଫଟୋରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ତୁର୍କୀ ଅଭିନେତା କ୍ୟାଭିଟ୍ ଚେଟିନ୍ ଗୁନର୍।

ସମ୍ବନ୍ଧିତ ଖବର