ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ସୋମବାର ସାମାଜିକ ଗଣମାଧ୍ୟମରେ ଏକ ମଜାଦାର ଭିଡିଓ ପୋଷ୍ଟ କରିଛନ୍ତି। କୋହଲି ଏହି ଭିଡିଓରେ ଶିଖର ଧାୱନଙ୍କ ବ୍ୟାଟିଂ ଷ୍ଟାଇଲ୍କୁ ଅନୁକରଣ କରୁଥିବାର ଦେଖାଯାଇଛନ୍ତି। ପୋଷ୍ଟ ହୋଇଥିବା ଭିଡିଓର କୋହଲି କହଛନ୍ତି ଯେ ‘‘ମୁଁ ଶିଖର ଧାୱନଙ୍କୁ ଅନୁକରଣ କରିବାକୁ ଯାଉଛି। କାରଣ ଅନୁଭବ କରୁଛି, ସେ ତାଙ୍କ ଗତିରେ ଏମିତି ହଜି ଯାଆନ୍ତି। ତାହା ବହୁତ ମଜାଦାର ଥିଲା ଏବଂ ସବୁଆଡ଼ୁ ଏହାକୁ ମୁଁ ବହୁବାର ଦେଖିଛି’’। ଏହି ଭିଡିଓରେ ଧାୱନଙ୍କ ଷ୍ଟାଇଲ୍ରେ କୋହଲି ବାମହାତୀ ବ୍ୟାଟର୍ଭାବେ ବଲ୍କୁ ଛାଡ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। କୋହଲି ମଧ୍ୟ ଏହି ଭିଡିଓର ଶେଷରେ ‘ଗବ୍ବର’ଙ୍କ ହସକୁ ବି କପି କରିବାକୁ ଭୁଲିନାହାନ୍ତି। ସୋମବାର ଇନ୍ଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଭିଡିଓର ଶିରୋନାମାରେ କୋହଲି ଲେଖିଛିନ୍ତି, ‘‘ଶିଖି, ଏହା କେମିତି ହୋଇଛି?’’ ଧାୱନ କିଛି ହସ୍ୟାତ୍ମକ ଇମୋଜିରେ ଏହି ପୋଷ୍ଟର ଜବାବ ଦେଇଥିଲେ।
ଧାୱନଙ୍କ ବ୍ୟାଟିଂ ଷ୍ଟାଇଲ୍କୁ କପି କଲେ କୋହଲି
/sambad/media/post_attachments/wp-content/uploads/2021/10/654f654hs654h65sfhfshsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)