ଦଳ ଚୟନରେ ତ୍ରୁଟି ହୋଇଥିବା କୋହଲି ସ୍ୱୀକାର କଲେ

ଲର୍ଡସ ଟେଷ୍ଟ୍‌ ଲାଗି ଚୂଡ଼ାନ୍ତ ଦଳ ବାଛିବାରେ ତ୍ରୁଟି ହୋଇଥିଲା ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ୱୀକାର କରିଛନ୍ତି। ତା’ ସହ ଶୃଙ୍ଖଳା ବଞ୍ଚାଇବା ଲାଗି ତୃତୀୟ ଟେଷ୍ଟ୍‌ରେ ମୌଳିକତା ଉପରେ ଅଧିକ ଧ୍ୟାନ ଦେବାକୁ ସେ ନିଜ ସଂଘର୍ଷରତ ବ୍ୟାଟ୍ସମ୍ୟାନଙ୍କୁ ପରାମର୍ଶ ଦେଇଛନ୍ତି। ଲର୍ଡସ ପରାଜୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କୋହଲି କହିଛନ୍ତି ଯେ ମୁଁ ଭାବୁଛି ଦଳ ବାଛିବାରେ କିଛିଟା ତ୍ରୁଟି ହୋଇଗଲା। ଆସନ୍ତା ମ୍ୟାଚ୍‌ରେ ଏହାକୁ ଠିକ୍‌ କରିବାର ସୁଯୋଗ ଆମ ପାଖରେ ଅଛି। ୦-୨ରେ ପଛୁଆ ଥିବାରୁ ଶୃଙ୍ଖଳା ବଞ୍ଚାଇ ରଖିବା ଲାଗି ପରବର୍ତୀ ଟେଷ୍ଟ୍‌କୁ ଜିତିବା ଆମ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇଯାଇଛି। ଆମ ବ୍ୟାଟ୍ସମ୍ୟାନଙ୍କ କୌଶଳରେ କୌଣସି ତ୍ରୁଟି ନାହିଁ। ସମସ୍ୟା ମାନସିକ ସ୍ତରର ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର