କୋହଲିଙ୍କୁ ଅହଂକାରୀ କହିଲେ ନାସିରୁଦ୍ଦିନ୍

ନୂଆଦିଲ୍ଲୀ: ବିରାଟ କୋ‌ହଲି ଯେ କେବଳ ବିଶ୍ବର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ତା ନୁହେଁ, ସେ ବିଶ୍ବର ସବୁଠୁ କଦର୍ଯ୍ୟ ବ୍ୟବହାର ଦେଖାଉଥିବା ଖେଳାଳି। ଏଭଳି ମନ୍ତବ୍ୟ ଦେଇଛନ୍ତି ଭେଟେରାନ୍ ବଲିଉଡ୍ ଅଭିନେତା ନାସିରୁଦ୍ଦିନ୍ ସାହା। ଅଷ୍ଟ୍ରେଲିଆ ଦଳ ଅଧିନାୟକ ଟିମ୍ ପେନ୍‌ଙ୍କ ସହ କୋହଲି ଚଳିତ ପର୍ଥ ଟେଷ୍ଟରେ ବାକ୍ୟ ବିନିମୟ ବିବାଦରେ ପଡ଼ିବା ପରେ ନାସିରୁଦ୍ଦିନ୍ ଏଭଳି ମନ୍ତବ୍ୟ ରଖିଛନ୍ତି। କୋହଲିଙ୍କୁ ପ୍ରଶଂସକଙ୍କ ସମର୍ଥନ ମିଳିଛି, କିନ୍ତୁ ଅଷ୍ଟ୍ରେଲୀୟଙ୍କ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। କୋହଲିଙ୍କ କ୍ରିକେଟ୍ ଉତ୍କର୍ଷତାକୁ ତାଙ୍କ ଅହଂକାରୀ ଆଚରଣ ଏବଂ କଦର୍ଯ୍ୟ ବ୍ୟବହାର ଫିକା ପକାଇ ଦେଉଛି ବୋଲି ନାସିରୁଦ୍ଦିନ୍ କହିଛନ୍ତି। ମୁଁ ଦେଶକୁ ଏଭଳି ଅବସ୍ଥାରେ ଛାଡ଼ି ପାରିବି ନାହିଁ ବୋଲି ମଧ୍ୟ ସେ ମତ ରଖିଛନ୍ତି। କୋହଲି ନିଜ ଖେଳ ଜୀବନରେ ଏକାଧିକ ବାକ୍ୟ ବିନିମୟ ବିବାଦରେ ପଡ଼ିଥିବାର ନଜିର ରହିଛି। କିନ୍ତୁ ନିଜ ଦେଶ ତଥା ଜଣେ ବିଶିଷ୍ଟ ଭାରତୀୟ ଅଭିନେତାଙ୍କ ସମାଲୋଚନାର ଶିକାର ହେବା ନୂଆ କଥା ହୋଇଛି।

ସମ୍ବନ୍ଧିତ ଖବର