ବ୍ରାଡମ୍ୟାନ୍‌ଙ୍କ ସମକକ୍ଷ

ସେଞ୍ଚୁରିଅନ ଟେଷ୍ଟରେ ଶତକ ଅର୍ଜନ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଏକ ନିଆରା କ୍ଲବରେ ସ୍ଥାନ ପାଇଛନ୍ତି। ଅଧିନାୟକ ଭାବେ ସେ ସୋମବାର ଚର୍ତୁଦଶ ଶତକ ଅର୍ଜନ କରିଥିଲେ। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍‌ର କିମ୍ବଦନ୍ତୀ ପୁରୁଷ ଡନ୍‌ ବ୍ରାଡମ୍ୟାନ୍‌, କ୍ଲାଇଭ୍‌ ଲଏଡ୍‌, ବ୍ରାଏନ ଲାରା, ମାହେଲା ଜୟବର୍ଦ୍ଧନେ ମାଇକେଲ କ୍ଲାର୍କ ଏଭଳି ସଫଳତା ଲାଭ କରିଥିଲେ। ସଚିନ ତେନ୍ଦୁଲକରଙ୍କ ପରେ କୋହଲି ମଧ୍ୟ ଦକ୍ଷିଣ ଆଫ୍ରିକାରେ ଶତକ ଅର୍ଜନ କରିବାରେ ପ୍ରଥମ ଭାରତୀୟ ଅଧିନାୟକ ହୋଇଥିଲେ। କୋହଲି ଆଜି କେବଳ ଶତକ ଅର୍ଜନ କରି ନଥିଲେ, ଶତକକୁ ବଡ଼ ଶତକରେ ପରିଣତ କରିବା ଧାରାକୁ ମଧ୍ୟ ଆଗେଇ ନେଇଥିଲେ। ଗତ ଦୁଇ ବର୍ଷ ମଧ୍ୟରେ ସେ ୧୦ ଶତକ ଅର୍ଜନ କରିଛନ୍ତି। ସେଥିମଧ୍ୟରୁ ୮ ଥର ଦେଢ଼ ଶହ ରନ୍‌ ଟପିଛନ୍ତି। ସେଥିମଧ୍ୟରେ ରହିଛି ୬ ଦ୍ୱିଶତକ। ୨୦୧୬ ପରେ କୋହଲି କରିଥିବା ଆଠଟି ୧୫୦ରେ ତାଙ୍କ ବ୍ୟାଟିଂ ହାର ରହିଛି ୧୩୨.୮୦। ସେହିଭଳି ଦଳୀୟ ସ୍କୋରରେ ବ୍ୟକ୍ତିଗତ ଅବଦାନରେ ମଧ୍ୟ ସେ ସମସ୍ତଙ୍କ ଆଗରେ ରହିଛନ୍ତି। ସେଞ୍ଚୁରିଅନରେ ଭାରତ ୩୦୭ ରନ୍‌ କରିଥିବା ବେଳେ ସେ ସେଥିରୁ ଏକାକି ୪୯.୮୩ ପ୍ରତିଶତ ରନ୍‌ କରିଥିଲେ।



ସମ୍ବନ୍ଧିତ ଖବର