ଭାରତୀୟ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍ର ଦ୍ବିତୀୟ ଦିନରେ ଶୂନରେ ଆଉଟ୍ ହୋଇଥିଲେ। ସେ ୮ ବଲ୍ର ସାମ୍ନା କରିବା ସତ୍ତ୍ବେ ଖାତା ଖୋଲିବା ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କ ବଲ୍ରେ ୱିକେଟ୍ରକ୍ଷକ ବେନ୍ ଫୋକ୍ସଙ୍କ ହାତକୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏଥି ସହିତ ଅଧିନାୟକ ଭାବେ କୋହଲି ଅଷ୍ଟମ ଥର ଲାଗି ଶୂନରେ ଆଉଟ୍ ହୋଇଥିଲେ। ଏଭଳି ଅଲୋଡ଼ା କୀର୍ତ୍ତି (ସର୍ବାଧିକ ଥର ଶୂନରେ ଆଉଟ୍ ହେବା) ବହନ କରିବାରେ କୋହଲି ମଧ୍ୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଥିଲେ। ଇଂଲଣ୍ଡ ବିପକ୍ଷ ଚଳିତ ଶୃଙ୍ଖଳାରେ କୋହଲି ଦ୍ବିତୀୟ ଥର ଲାଗି ଶୂନରେ ଆଉଟ୍ ହୋଇଥିଲେ। ଦ୍ବିତୀୟ ଟେଷ୍ଟ୍ରେ ତାଙ୍କୁ ଖାତା ଖୋଲିବା ପୂର୍ବରୁ ମୋଇନ୍ ଅଲ୍ଲୀ ଆଉଟ୍ କରିଥିଲେ। ଗୋଟିଏ ଶୃଙ୍ଖଳାରେ ଦୁଇ ଥର ଆଉଟ୍ ହୋଇଥିଲା ବେଳେ ୨୦୧୪ ପରେ କୋହଲିଙ୍କ ପାଇଁ ଏହା ପ୍ରଥମ।
ଧୋନିଙ୍କ ଅଲୋଡ଼ା କୀର୍ତ୍ତିର ସମକକ୍ଷ ହେଲେ କୋହଲି: ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ‘ଶୂନ’
/sambad/media/post_attachments/wp-content/uploads/2019/12/kohali-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)