କୋହଲିଙ୍କୁ ୧୨ ଲକ୍ଷ ଟଙ୍କା ଜରିମନା

ଦୁବାଇ : ଚଳିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବିପକ୍ଷ ଗୁରୁବାର ମ୍ୟାଚ୍‌ରେ ଦଳର ଧିମା ବୋଲିଂ ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ବିରାଟ କୋହଲିଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଆର୍‌ସିବି ୯୭ ରନ୍‌ରେ ପରାଜିତ ହୋଇଥିଲା। ଚଳିତ ବର୍ଷ ଆଇପିଏଲ୍‌ରେ ଧିମା ବୋଲିଂ ଦଣ୍ଡିତ ହେବାରେ ଆର୍‌ସିବି ପ୍ରଥମ ଦଳ ହୋଇଛି। ଏଥିଲାଗି କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି ବୋଲି ଆଇପିଏଲ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର