ସଚିନଙ୍କ ଆଗରେ କୋହଲି ସର୍ବକାଳୀନ ଶ୍ରେଷ୍ଠ 

ନୂଆଦିଲ୍ଲୀ: ରବିବାର ଆଇସିସି ଟେଷ୍ଟ୍‌ ବ୍ୟାଟ୍ସମ୍ୟାନ୍‌ ମାନ୍ୟତାର ପ୍ରଥମ ସ୍ଥାନ ଅଧିକାର କରିଥିବା ଅଧିନାୟକ ବିରାଟ କୋହଲି ଭାରତର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌। ପରିସଂଖ୍ୟାନ ଏହା ହିଁ କହୁଛି। ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ଗୌତମ ଗମ୍ଭୀର, ସୁନୀଲ ଗାଭାସ୍କର, ବୀରେନ୍ଦ୍ର ସେହବାଗ ଓ ଦିଲ୍ଲୀପ ଭେଙ୍ଗସରକାରଙ୍କ ପରେ କୋହଲି ସପ୍ତମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ଟେଷ୍ଟ୍‌ ମାନ୍ୟତାର ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ବ୍ୟକ୍ତିଗତ ପ୍ରଦର୍ଶନ ଦୃଷ୍ଟିରୁ କିନ୍ତୁ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। ୬୭ ଟେଷ୍ଟ୍‌ ପରେ ସଚିନ ୧୮ ଶତକ ଏବଂ ୧୭୭ର ସର୍ବାଧିକ ବ୍ୟକ୍ତିଗତ ସ୍କୋର ବଳରେ ୫୧୬୭ ରନ୍‌ କରିଥିଲେ। ଅନ୍ୟପକ୍ଷରେ କୋହଲି ନିଜ ପ୍ରଥମ ୬୭ ଟେଷ୍ଟ୍‌ ପରେ ୫୭୫୪ ରନ୍‌ କରିଛନ୍ତି। ସେଥିରେ ୨୨ ଶତକ ରହିଛି। କୋହଲିଙ୍କ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର ହେଉଛି ୨୪୩ ରନ୍‌।

ବାରମ୍ବାର ଅଦଳବଦଳ ନ କରିବାକୁ ଗାଙ୍ଗୁଲିଙ୍କ ପରାମର୍ଶବର୍ମିଂହାମରେ ପରାଜୟ ସତ୍ତ୍ୱେ ଦଳରେ ବାରମ୍ବାର ଅଦଳ ବଦଳ ନକରିବାକୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବର୍ତମାନର ଅଧିନାୟକ ବିରାଟ କୋହଲିଙ୍କୁ ପରାମର୍ଶ ଦେଇଛନ୍ତି। ଅଧିକ ଦାୟିତ୍ୱବାନ ହେବାକୁ ବିଜୟ ଏବଂ ରାହାଣେଙ୍କୁ ଆହ୍ଵାନ କରିଛନ୍ତି। ଗାଙ୍ଗୁଲି ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ଟେଷ୍ଟ୍‌ ଜିତିବାକୁ ହେଲେ ରନ୍‌ କରିବାକୁ ହେବ। ବର୍ମିଂହାମ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଥିଲା। ଏଣୁ ବ୍ୟସ୍ତ ହେବାର କିଛି ନାହିଁ।  ପ୍ରତ୍ୟାବର୍ତନର ଦକ୍ଷତା ବିରାଟଙ୍କ ଦଳର ଅଛି। ଇଂଲଣ୍ଡରେ ଆଗରୁ ରନ୍‌ କରିଥିବାରୁ ବିଜୟଙ୍କୁ ଅଧିକ ଏକାଗ୍ରତା ଦେଖାଇବାକୁ ହେବ। ଜିତିଲେ ଅଧିନାୟକ ପ୍ରଶଂସା ପାଏ, ହାରିଲେ ନିନ୍ଦିତ ହୁଏ। ନିନ୍ଦାକୁ ଡରି ଦଳରେ ଅଯଥା ଅଦଳ ବଦଳ କରିବା ଉଚିତ ନୁହେଁ। ଏହା ଦ୍ୱାରା ଖେଳାଳିଙ୍କ ମନରେ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇଥାଏ। କୋହଲିଙ୍କୁ ଖେଳାଳିଙ୍କ ସହ କଥା ହେବାକୁ ପଡ଼ିବ। ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବାକୁ ହେବ।

ସମ୍ବନ୍ଧିତ ଖବର