ନୂଆଦିଲ୍ଲୀ: ଭାରତର ତାରକା କ୍ରିକେଟର୍ ବିରାଟ କୋହଲିଙ୍କ ଇନ୍ଷ୍ଟାଗ୍ରାମ ଅନୁଗାମୀଙ୍କ ସଂଖ୍ୟା ୨୦୦ ନିୟୁତରେ ପହଞ୍ଚିଛି। ମଙ୍ଗଳବାର ଏହି ସଂଖ୍ୟା ଡେଇଁଥିଲେ ପୂର୍ବତନ ଭାରତ ଓ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର (ଆର୍ସିବି) ଅଧିନାୟକ। ଏଥିସହ ସେ ଏହି ସଂଖ୍ୟାରେ ପହଞ୍ଚିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ସର୍ବାଧିକ ଅନୁଗାମୀରେ କ୍ରୀଡ଼ାବିତ୍ ଭାବେ କୋହଲି ତୃତୀୟ ସ୍ଥାନରେ ରହିଛନ୍ତି। କୋହଲିଙ୍କ ଆଗରେ ପର୍ତ୍ତୁଗାଲ ତାରକା ଫୁଟ୍ବଲର୍ (୪୫୧ ନିୟୁତ) ପ୍ରଥମ ଏବଂ ଆର୍ଜେଣ୍ଟିନା ଫୁଟ୍ବଲର ଲିଓନେଲ ମେସି (୩୩୪ ନିୟୁତ) ଦ୍ବିତୀୟରେ ରହିଛନ୍ତି। ‘‘୨୦୦ ନିୟୁତ ଦୃଢ଼, ସହଯୋଗ ପାଇଁ ସମସ୍ତ ଇନ୍ଷ୍ଟା ପ୍ରଶଂସକଙ୍କୁ ଧନ୍ୟବାଦ’’ କୋହଲି ନିଜ ଇନ୍ଷ୍ଟାଗ୍ରାମରେ ପ୍ରକାଶ କରିଛନ୍ତି।
କୋହଲିଙ୍କ ୨୦୦ ନିୟୁତ ଇନ୍ଷ୍ଟାଗ୍ରାମ ଅନୁଗାମୀ
/sambad/media/post_attachments/wp-content/uploads/2022/06/virat-instagram.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)