ମେଲବର୍ନ: ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଚଳିତ ଦଶନ୍ଧିର ଟେଷ୍ଟ୍ ଦଳ ସୋମବାର ଘୋଷଣା କରିଛନ୍ତି। ଏଥିରେ ଏକମାତ୍ର ଭାରତୀୟ ଭାବେ ବିରାଟ କୋହଲି ସ୍ଥାନ ପାଇଛନ୍ତି ଏବଂ ସେ ଅଧିନାୟକ ମଧ୍ୟ ଅଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍ରେ କୋହଲି ୭୦ ଶତକ ମାରି ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର (୧୦୦) ଓ ପଣ୍ଟିଂ (୭୧) ପଛକୁ ତୃତୀୟରେ ରହିଛନ୍ତି। ରନ୍ ସଂଗ୍ରହରେ ମଧ୍ୟ ସଚିନ (୩୪,୩୫୭) ଓ ପଣ୍ଟିଂ (୨୭,୪୮୩) ପଛରେ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ ପଣ୍ଟିଂଙ୍କ ଟେଷ୍ଟ୍ ଦଳରେ ଇଂଲଣ୍ଡର ସର୍ବାଧିକ ୪ ଓ ଅଷ୍ଟ୍ରେଲିଆରୁ ୩ ଜଣ ସ୍ଥାନ ପାଇଛନ୍ତି। ହେଲେ ଭାରତ ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ହୋଇଥିଲେ ମଧ୍ୟ ଜଣେ ଖେଳାଳି ସ୍ଥାନ ପାଇଥିବାରୁ ପ୍ରଶଂସକମାନେ ସହଜରେ ହଜମ କରିପାରୁନାହାନ୍ତି। ପଣ୍ଟିଂଙ୍କୁ ଟ୍ବିଟର୍ରେ ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ କ୍ରିକେଟ୍ ଅଷ୍ଟ୍ରେଲିଆ ଘୋଷିତ ଦଶନ୍ଧିର ଟେଷ୍ଟ୍ ଦଳରେ ବିରାଟଙ୍କୁ ଅଧିନାୟକ କରାଯାଇଥିଲା।
ପଣ୍ଟିଂଙ୍କ ଟେଷ୍ଟ୍ ଦଳ: ଡେଭିଡ୍ ଵାର୍ନର, ଆଲିଷ୍ଟାର କୁକ, କେନ୍ ଵିଲିୟମ୍ସନ, ଷ୍ଟିଭ୍ ସ୍ମିଥ, ବିରାଟ କୋହଲି (ଅଧିନାୟକ), କୁମାର ସାଙ୍ଗାକାରା, ବେନ ଷ୍ଟୋକ୍ସ, ଡେଲ୍ ଷ୍ଟେନ, ନାଥାନ ଲାୟନ, ଷ୍ଟୁଆର୍ଟ ବ୍ରଡ, ଜେମ୍ସ ଆଣ୍ଡରସନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/freepressjournal_2019-12_998e7eca-3352-47cb-8e27-c8f339c729be_gdfg.jpg)