ନୂଆଦିଲ୍ଲୀ: ଲଗାତାର ଚତୁର୍ଥ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଦେଶର ସବୁଠାରୁ ମୂଲ୍ୟବାନ ତାରକାର ମାନ୍ୟତା ଲାଭ କରିଛନ୍ତି। ତାଙ୍କ ବ୍ରାଣ୍ଡଭ୍ୟାଲ୍ୟୁ ୨୩୭.୭ ନିୟୁତ ଡଲାର ବା ପାଖାପାଖି ୧୭୩୩ କୋଟି ଟଙ୍କା ରହିଛି। ଏହି ଦାମୀ ସେଲିବ୍ରେଟି ତାଲିକାର ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ରଣବୀର ସିଂହ ରହିଛନ୍ତି। ଭାରତର ଶ୍ରେଷ୍ଠ ୧୦ ମୂଲ୍ୟବାନ ତାରକା ତାଲିକାରେ କୋହଲି ଏକମାତ୍ର ଅଣଅଭିନେତା ଅଛନ୍ତି। ଅନ୍ୟ ୯ ଜଣ ହେଉଛନ୍ତି ଚଳଚ୍ଚିତ୍ର ଜଗତର। ଏହି ତାଲିକାରେ ଥିବା ୨ ଜଣ ମହିଳା ମଧ୍ୟ ଅଭିନୟ ଜଗତ ସହ ଜଡ଼ିତ। ସଂପ୍ରତି ସେ ୩୦ଟି ବ୍ରାଣ୍ଡର ପ୍ରଚାର ପ୍ରସାର କରୁଛନ୍ତି। ସାମାଜିକ ଗଣମାଧ୍ୟମ ମାନ୍ୟତାରେ ମଧ୍ୟ କୋହଲି ଏକ ନମ୍ବର ସ୍ଥାନରେ ରହିଛନ୍ତି। କରୋନା ସଙ୍କଟ ପାଇଁ ଚଳିତବର୍ଷ ଦେଶର ଶ୍ରେଷ୍ଠ ୨୦ ମୂଲ୍ୟବାନ ତାରକାଙ୍କ ମୋଟ ବ୍ରାଣ୍ଡଭ୍ୟାଲ୍ୟୁ କିନ୍ତୁ ୫ ପ୍ରତିଶତ କମିଛି।
କୋହଲି ସବୁଠୁ ମୂଲ୍ୟବାନ ଭାରତୀୟ ତାରକା, ଜାଣନ୍ତୁ ତାଙ୍କର ବ୍ରାଣ୍ଡଭାଲ୍ୟୁ କେତେ ଶହ କୋଟି
/sambad/media/post_attachments/wp-content/uploads/2020/08/kohli-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)