ନୂଆଦିଲ୍ଲୀ: ରବିବାର ପାକିସ୍ତାନ ବିପକ୍ଷରୁ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବାକୁ ଯିବା ପୂର୍ବରୁ ବିରାଟ କୋହଲିଙ୍କୁ ବଡ଼ ଉଲ୍ଲସିତ କରିବା ଭଳି ଖବର ମିଳିଛି। ଇନ୍‌ଷ୍ଟାଗ୍ରାମର ଆୟ ତାଲିକାରେ କୋହଲି ଦୁଇ ମହାନ ଫୁଟ୍‌ବଲର୍ କ୍ରିଷ୍ଟିଆନୋ ରୋନାଲ୍‌ଡୋ ଓ ଲିଓନେଲ୍‌ ମେସିଙ୍କ ପଛକୁ ତୃତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି। କୋହଲି ମୋଟ ୩୬ ମିଲିୟନ୍‌ ଡଲାର୍‌ (ପ୍ରାୟ ୨୮୭ କୋଟି) ଆୟ କରିଥିବାବେଳେ ରୋନାଲ୍‌ଡୋ ୮୫ ମିଲିୟନ୍ ଡଲାର୍‌ ଓ ମେସି ୭୨ ମିଲିଅନ୍‌ ଡଲାର୍‌ ଆୟ କରିଛନ୍ତି। ୨୦୨୧ ମସିହାର ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟ ଓ ବିଜ୍ଞାପନରୁ ଏହା ମିଳିଛି।

Advertisment

ବିରାଟ କୋହଲି ଗତ ମାସ ପର୍ଯ୍ୟନ୍ତ ଖରାପ ଫର୍ମ ଦେଇ ଗତି କରୁଥିବାବେଳେ ଏସିଆ କପ୍‌ରେ ଚମତ୍କାର ଖେଳିଥିଲେ। ଆଫଗାନିସ୍ତାନ ବିପକ୍ଷରେ ଚମତ୍କାର ୧୨୨ ରନ୍‌ର ପାଳି ଖେଳି ଦୀର୍ଘ ୩ ବର୍ଷର ଶତକ ମରୁଡିର ଅନ୍ତ ଘଟାଇଥିଲେ। କୋହଲି ଚଳିତ ବର୍ଷର ବିଶ୍ବକପ୍‌ରେ ନିଶ୍ଚିତ ପ୍ରଭାବ ପକାଇବେ ବୋଲି କହିଛନ୍ତି ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଭାରତ ବିଗତ ୫/୬ ବର୍ଷ ଭିତରେ ୪,୫,୬ ନମ୍ବର ସ୍ଥାନରେ ଅଭାବ ଅନୁଭବ କରୁଥିଲା। ଏବେ ୪ ନମ୍ବରରେ ସୂର୍ଯ୍ୟକୁମାର, ୫ରେ ହାର୍ଦିକ, ୫/୬ରେ କାର୍ତ୍ତିକ/ପନ୍ତ୍‌ ରହିଛନ୍ତି। ଏହା ଦ୍ବାରା ଶୀର୍ଷ ବ୍ୟାଟର୍‌ ମାନେ ଯେଭଳି ଖେଳିବାକୁ ଚାହୁଁଛନ୍ତି ଖେଳିପାରୁଛନ୍ତି। ପାୱାର ପ୍ଲେ ଭିତରେ ୨ ୱିକେଟ୍ ପଡ଼ିଗଲେ ବି ଆମପାଖରେ ପ୍ରତିପକ୍ଷ ବୋଲରଙ୍କୁ ଧୂଳିସାତ କରିବାକୁ ଅସ୍ତ୍ର ରହୁଛି ବୋଲି ଶାସ୍ତ୍ରୀ କହିଛନ୍ତି।