ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: କୋହଲିଙ୍କ ପାଖରେ ଆଉ ଏକ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ପାଇଁ ଭାରତ-ନ୍ୟୁଜିଲାଣ୍ଡ ପ୍ରସ୍ତୁତ ହୋଇସାରିଲେଣି । ତେବେ ଏହି ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ବଡ ସୁଯୋଗ ରହିଛି । ବିରାଟ କୋହଲି ଏହି ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିପାରନ୍ତି । ଏହି ରେକର୍ଡ ହାସଲ କରିବା ସହ ସେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂଙ୍କୁ ପଛରେ ପକାଇ ପାରନ୍ତି ।

ଯଦି କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରନ୍ତି, ତେବେ ଅଧିନାୟକ ହିସାବରେ ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ଶତକ ହାସଲ କରିଥିବା ଖେଳାଳି ହୋଇପାରିବେ । ଅଧିନାୟକ ହିସାବରେ ବର୍ତ୍ତମାନ ରିକି ପଣ୍ଟିଂ ଓ କୋହଲି ୪୧ଟି ଶତକ ହାସଲ କରି ସାରିଛନ୍ତି ।

ବିରାଟ କୋହଲି ଭାରତ ତରଫରୁ ୨୦୦ ମ୍ୟାଚରେ ଅଧିନାୟକତ୍ୱ କରିସାରିଛନ୍ତି । ଏଥିରେ କୋହଲି ୧୨୩୪୩ ରନ କରିଥିବା ବେଳେ ୪୧ ଶତକ ଓ ୫୪ ଅର୍ଦ୍ଧ ଶତକ ସାମିଲ ଅଛି । ସେହିପରି ରିକି ପଣ୍ଟିଂ ୩୨୪ ମ୍ୟାଚରେ ଅଷ୍ଟ୍ରେଲିଆ ତରଫରୁ ଅଧିନାୟକତ୍ୱ କରିଛନ୍ତି, ଯେଉଁଥିରେ ୪୧ ଶତକ ୮୮ ଅଦ୍ଧ ର୍ ଶତକ ରହିଛି ।

ସମ୍ବନ୍ଧିତ ଖବର