କୋହଲି ଜାଣିଥିଲେ ଦ୍ରାବିଡ଼ ଶାସ୍ତ୍ରୀଙ୍କ ପରି ନୁହଁନ୍ତି.. ଏଣୁ ଅଧିନାୟକ ପଦ ଛାଡ଼ିଦେଲେ : ମଂଜରେକର

ମୁମ୍ବାଇ :  ଭାରତୀୟ ଦଳ ଏବେ ଏକ କଠିନ ସମୟ ଦେଇ ଗତି କରୁଛି । ବିସିସିଆଇ ପକ୍ଷରୁ ବିରାଟ କୋହଲିଙ୍କୁ ଟି-୨୦ ଓ ଦିନିକିଆ ଅଧିନାୟକ ପଦରୁ ବିଦା କରାଯିବା ଓ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ବିରାଟ ହଠାତ ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ଦଳର ସଂକଟକୁ ବଢାଇଦେଇଛି । ଆଜି ଏ ସମ୍ପର୍କରେ ମୁହଁ ଖୋଲିଛନ୍ତି ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ଭାଷ୍ୟକାର ସଂଜୟ ମଂଜରେକର । ସେ କହିଛନ୍ତି ଯେ ବିରାଟ କୋହଲି ଜାଣିଥିଲେ ଯେ ଟିମ ଇଣ୍ଡିଆର ନୂଆ କୋଚ ରାହୁଲ ଦ୍ରାବିଡ଼ ପୂର୍ବତନ କୋଚ ରବି ଶାସ୍ତ୍ରୀଙ୍କ ପରି ନୁହଁନ୍ତି । ଏଣୁ ସେ ପଦ ଛାଡ଼ିଦେଲେ । ତେବେ କୋଚ ଦ୍ରାବିଡ଼ ଓ ନୂଆ ଅଧିନାୟକ ରୋହିତ ଶର୍ମାଙ୍କୁ ଗୋଟିଏ ବର୍ଷ ଛାଡ଼ି ଦେବା ଉଚିତ ।

ଚଳିତ ମାସ ୧୫ ତାରିଖରେ ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଗତ ଟି-୨୦ ବିଶ୍ବକପରେ  ଭାରତୀୟ ଦଳର ଶୋଚନୀୟ ପ୍ରଦର୍ଶନ ପରେ ତାଙ୍କ ଦକ୍ଷତା ପ୍ରତି ଅଙୁଳି ଉଠିଥିଲା । ଏହା ପରେ ତାଙ୍କୁ ଉଭୟ ଓ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା । ଏହାକୁ ନେଇ ବିରାଟ ଖୋଲାଖୋଲି ଅସନ୍ତୋଷ ପ୍ରକଟ କରିଥିଲେ ।  ନିକଟରେ ସମାପ୍ତ ଟେଷ୍ଟ ସିରିଜରେ ଭାରତ ଦକ୍ଷିଣ ଆଫ୍ରିକାଠାର ୨-୧ରେ ହାରିଯାଇଥିଲା । ଏହି ସିରିଜରେ କେତେକ ବିବାଦୀୟ ଆଚରଣ କରି ବି ବିରାଟ ଚର୍ଚ୍ଚାରେ ଥିଲେ ।

 

ସମ୍ବନ୍ଧିତ ଖବର