କୋଲକାତା: ଭାରତୀୟ ତାରକା ବ୍ୟାଟର ବିରାଟ କୋହଲି ଭଲ କ୍ରିକେଟ୍ ଖେଳିବା ସହିତ ଭଲ ନାଚିପାରନ୍ତି। ଏକଥା କାହାକୁ ଅଛପା ନାହିଁ। ‘ଇସ୍କ’, ‘ନାଟୁ ନାଟୁ’, ‘ଲୁଙ୍ଗି ଡ୍ୟାନ୍ସ’ ଇତ୍ୟାଦି ଗୀତରେ କୋହଲି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଚହଳ ପକାଇଥିଲା ବେଳେ ଗୁରୁବାର ଇଡେନ୍ ଗାର୍ଡେନ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ବିପକ୍ଷରେ ଖେଳାଯାଇଥିବା ଆଇପିଏଲ୍ ମ୍ୟାଚ୍ ପରେ କୋହଲିଙ୍କ ଆଉ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ସ୍ଥଳରେ କୋହଲି କିଙ୍ଗ୍ ଖାନ୍ ଶାହରୁଖଙ୍କୁ ଭେଟିଥିଲା ବେଳେ ଉଭୟ କରମର୍ଦ୍ଦନ କରିଥିଲେ। ପରେ କୋହଲିଙ୍କ ଅନୁରୋଧକ୍ରମେ ଶାହରୁଖ ତାଙ୍କୁ ନିକଟରେ ମୁକ୍ତିଲାଭ କରିଥିବା ବଲିଉଡ୍ ସିନେମା ‘ପଠାନ୍’ ର ଲୋକପ୍ରିୟ ଡ୍ୟାନ୍ସ ନମ୍ବର ‘ଝୁମେ ଜୋ ପଠାନ୍’ ର ହୁକ୍ ଷ୍ଟେପ୍ସ ଶିଖାଉଥିବା ଦେଖାଯାଇଥିଲା। ଏହି ମ୍ୟାଚ୍ରେ ଯଦିଓ ଆର୍ସିବି ଶୋଚନୀୟ ପରାଜୟ ବରଣ କରିଥିଲା, କିନ୍ତୁ କୋହଲି ଏହାକୁ ହାଲ୍କା ଭାବେ ନେଇ ମନଖୋଲି ଉପଭୋଗ କରିଥିଲେ।