ବେଙ୍ଗାଲୁରୁ: ଟସ୍ ହାରିବା ପରେ ପରିସ୍ଥିତି ଅନୁଯାୟୀ ଖେଳିବା ଏବଂ ଏହାକୁ ବିଜୟରେ ରୂପାନ୍ତର କରିବାର କଳା ସମ୍ଭବତଃ ଭାରତୀୟ କ୍ରିକେଟ୍ ଦଳ ଶିଖି ଗଲାଣି। ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାର ଫଳାଫଳରୁ ଆପାତତଃ ଏହା ସ୍ପଷ୍ଟ ହୋଇଛି। ଏହି ଶୃଙ୍ଖଳାରେ ଭାରତୀୟ ଅଧିନାୟକ ବିରାଟ କୋହଲି ତିନିଟି ଯାକ ମ୍ୟାଚ୍ର ଟସ୍ ହାରିଥିଲେ। ତେବେ ପ୍ରଥମ ମ୍ୟାଚ୍ର ୧୦ ୱିକେଟ୍ ପରାଜୟ ଛଡ଼ା ଅନ୍ୟଦୁଇଟି ମୁକାବିଲାରେ ଭାରତ ବିଜୟୀ ହୋଇଥିଲା। ବିଶ୍ବକପ୍ ସେମିଫାଇନାଲ୍ରେ ନ୍ୟୁଜିଲାଣ୍ଡଠାରୁ ହାରିବା ପରେ ଭାରତ ଏହି କ୍ଷେତ୍ରରେ ଅଧିକ ଦକ୍ଷ ଏବଂ ଶକ୍ତିଶାଳୀ ହୋଇଛି ବୋଲି ଏହି ବିଷୟରେ ନିଜ ପ୍ରତିକ୍ରିୟା ପ୍ରକାଶ କରି କୋହଲି କହିଛନ୍ତି। ଇଂଲଣ୍ଡରେ ଆୟୋଜିତ ବିଶ୍ବକପ୍ର ସେମିଫାଇନାଲ୍ରେ ଟସ୍ ହାରିବା ପରେ ନ୍ୟୁଜିଲାଣ୍ଡ ଧାର୍ଯ୍ୟ କରିଥିବା ଛୋଟିଆ ବିଜୟ ଲକ୍ଷ୍ୟକୁ ଭାରତ ହାସଲ କରି ପାରି ନଥିଲା। ଫଳରେ ସେମିଫାଇନାଲ୍ରୁ ବିଦାୟ ନେଇଥିଲା। ଏଥିନେଇ କୋହଲି କହିଛନ୍ତି ଯେ ବିଶ୍ବକପ୍ ପରେ ଆମେ ଏଥିନେଇ ଆଲୋଚନା ପର୍ଯ୍ୟାଲୋଚନା କରିଥିଲୁ। ଟସ୍ ସବୁବେଳେ ଆପଣଙ୍କ ସପକ୍ଷରେ ଯିବ ବୋଲି କହିହେବନି। ସେଥିପାଇଁ ଆମେ ଏବେ ଟସ୍କୁ ସେତେଟା ଗୁରୁତ୍ବ ଦେଉନୁ। ପ୍ରତିପକ୍ଷ ଆମକୁ ଯାହା କରିବାକୁ କହିବ, ତାହା କରିବାକୁ ଆମେ ଏବେ ସବୁବେଳେ ପ୍ରସ୍ତୁତ ହୋଇ ରହୁଛୁ। ଗତ ୮-୯ ମାସ ହେବ ଆମେ ଏହିକ୍ଷେତ୍ରରେ ଅନେକ ଅଗ୍ରଗତି କରି ପାରିଛୁ। ଯାହା ଭାରତୀୟ କ୍ରିକେଟ୍ ପାଇଁ ଏକ ଭଲ ସଙ୍କେତ। ନ୍ୟୁଜିଲାଣ୍ଡ ଗସ୍ତକୁ ନେଇ ବ୍ୟକ୍ତିଗତ ଭାବେ ସେ ବେଶ୍ ଉତ୍ସାହିତ ଅଛନ୍ତି ବୋଲି ଏହି ଅବସରରେ କୋହଲି କହିଥିଲେ।
ଟସ୍ ହାରି ମ୍ୟାଚ୍ ଜିତିବା କଳା ଶିଖିଗେଲଣି କୋହଲି
/sambad/media/post_attachments/wp-content/uploads/2020/01/Kohli-Learns-How-to-Win-Match-While-Losing-Toss_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)