ଭାରତ ପାଇଁ ଶୃଙ୍ଖଳା ବିଜୟ ସହ ଅଧିନାୟକ ବିରାଟ କୋହଲିଙ୍କ ପାଖରେ ରବିବାର ଖେଳା ଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେ୍ଵଣ୍ଟି-୨୦ରେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଡନ୍ ବ୍ରାଡମ୍ୟାନଙ୍କୁ ଟପିବାର ସୁଯୋଗ ରହିବ। ରବିବାର ଏବଂ ୨୪ ତାରିଖରେ ଖେଳା ଯିବାକୁ ଥିବା ଶୃଙ୍ଖଳାର ଶେଷ ଟେ୍ଵଣ୍ଟି-୨୦ରେ ଆଉ ୧୦୫ ରନ୍ କରି ପାରିଲେ ଗୋଟିଏ ଗସ୍ତରେ ସର୍ବାଧିକ ରନ୍ କରିବାର ବ୍ରାଡମ୍ୟାନ୍ (୯୭୪)ଙ୍କ ବିରଳ କୀର୍ତ୍ତିମାନକୁ କୋହଲି କାଟିଦେବେ। ୨୯ ବର୍ଷୀୟ କୋହଲି ଚଳିତ ଗସ୍ତରେ ୧୩ ପାଳି ଖେଳି ୮୭୦ ରନ୍ କରି ସାରିଛନ୍ତି। ସେଥିପାଇଁ ରବିବାର ତାଙ୍କ ପାଖରେ ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ରହିବ। ବ୍ରାଡମ୍ୟାନ୍ ୧୯୩୦ରେ ଇଂଲଣ୍ଡ ଗସ୍ତ କରି ୫ ଟିକିଆ ଟେଷ୍ଟ ଶୃଙ୍ଖଳାରେ ୯୭୪ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତର ଶେଷ ଦୁଇ ଟେ୍ଵଣ୍ଟି-୨୦ ମୁକାବିଲାରେ କୋହଲି ଯଦି ଆଉ ୧୩୦ ରନ୍ ସଂଗ୍ରହ କରି ନିଅନ୍ତି ତେବେ କ୍ରିକେଟ୍ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବେ। ସାର୍ ଭିଭିଆନ୍ ରିଚାର୍ଡସଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ସେ କୌଣସି ଗସ୍ତରେ ୧,୦୦୦ରୁ ଅଧିକ ରନ୍ କରିବେ। ରିଚାର୍ଡସ ୧୯୭୬ର ଇଂଲଣ୍ଡ ଗସ୍ତରେ ୪ ଟେଷ୍ଟ ଏବଂ ୩ ଦିନିକିଆରୁ ଅବିଶ୍ୱସନୀୟ ଭାବେ ୧୦୪୫ ରନ୍ ସଂଗ୍ରହ କରିଥିଲେ।
କୋହଲିଙ୍କ ପାଖରେ ବ୍ରାଡମ୍ୟାନ୍ଙ୍କୁ ଟପିବା ସୁଯୋଗ
/sambad/media/post_attachments/wp-content/uploads/2018/02/bradman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)