ନୂଆଦିଲ୍ଲୀ: ଭାରତର ତାରକା କ୍ରିକେଟର୍‌ ବିରାଟ କୋହଲି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଖେଳିବା ପାଇଁ ଶୁକ୍ରବାର ଆମେରିକା ଗସ୍ତ କରିଛନ୍ତି। ନ୍ୟୁୟର୍କ ଯିବା ପୂର୍ବରୁ ସେ ଆମେରିକାର କନସୁଲ୍‌ ଜେନେରାଲ୍‌ ମାଇକ୍‌ ହାଙ୍କିଙ୍କୁ ଭେଟି କିଛି ସମୟ ଆଲୋଚନା କରିଛନ୍ତି। ମୁମ୍ବାଇରେ ଅବସ୍ଥାପିତ ଆମେରିକା କନସୁଲେଟ୍‌ ପକ୍ଷରୁ ଉଭୟଙ୍କ ସାକ୍ଷାତବେଳର କିଛି ଫଟୋକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରାଯାଇଥିଲା। କିଛି ଫଟୋରେ ହାଙ୍କି ବ୍ୟାଟ୍‌ ଧରି କୋହଲିଙ୍କୁ ଦେଖାଉଥିବା ଦେଖାଯାଇଛି। ବିଶ୍ବର ବିଭିନ୍ନ ସ୍ଥାନ ପରେ ଏବେ ଆମେରିକା କ୍ରିକେଟ୍‌ ଜ୍ବରରେ ପୀଡ଼ିତ ହେବାକୁ ଯାଉଛି। ତେଣୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଆମେରିକା ଯାଉଥିବା କ୍ରିକେଟ୍‌ କିଂବଦନ୍ତି ବିରାଟ କୋହଲିଙ୍କୁ ହାଙ୍କିଙ୍କ ଶୁଭେଚ୍ଛା। ଭାରତ ଓ ଆମେରିକା ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌କୁ ଦେଖିବା ପାଇଁ ଆମେ ଅପେକ୍ଷା କରିଛୁ ବୋଲି ମୁମ୍ବାଇସ୍ଥିତ ୟୁଏସ୍‌ କନସୁଲେଟ୍‌ ପୋଷ୍ଟ୍‌ କରିଛି।