କୋହଲିଙ୍କ ମାଇଲଖୁଣ୍ଟ:୯୦୯ ରେଟିଂ ପାଇବାରେ ୨୫ ବର୍ଷରେ ପ୍ରଥମ

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଆଇସିସି ଟେଷ୍ଟ ମାନ୍ୟତା ପରେ ଦିନିକିଆରେ ୯୦୦ରୁ ଅଧିକ ରେଟିଂ ପଏଣ୍ଟ୍‌ ଅର୍ଜନ କରି ସେ ଇତିହାସ ରଚିଛନ୍ତି। ୯୦୦ ଦିନିକିଆ ରେଟିଂ ଟପିବାରେ ୨୫ ବର୍ଷ ପରେ ସେ ବିଶ୍ୱ କ୍ରିକେଟ୍‌ର ପ୍ରଥମ ଖେଳାଳି ହୋଇଛନ୍ତି। ୯୦୦ ଟେଷ୍ଟ ରେଟିଂ ପାଇବାରେ ୨୮ ବର୍ଷ ପରେ କୋହଲି ପ୍ରଥମ ଭାରତୀୟ ହୋଇଛନ୍ତି। ତାଙ୍କ ପୂର୍ବରୁ ଏକମାତ୍ର ଭାରତୀୟ ଭାବେ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର ୧୯୭୯ ମସିହାରେ ଟେଷ୍ଟ ମାନ୍ୟତାରେ ୯୧୬ ରେଟିଂ ପଏଣ୍ଟ୍‌ ଅକ୍ତିଆର କରିଥିଲେ। ଦିନିକିଆ ମାନ୍ୟତାର ଶୀର୍ଷରେ ଥିବା କୋହଲିଙ୍କ ମୋଟ ରେଟିଂ ପଏଣ୍ଟ୍‌ ୯୦୯ ରହିଛି। ଶେଷ ଥର ପାଇଁ ୧୯୯୩ରେ େଓ୍ଵଷ୍ଟଇଣ୍ଡିଜ୍‌ର ବ୍ରାଏନ୍‌ ଲାରା (୯୦୮) ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ବିରାଟଙ୍କ ୯୦୯ ପଏଣ୍ଟ୍‌ ମୋଟାମୋଟି ଭାବେ ସପ୍ତମ ସର୍ବାଧିକ। ସର୍ବକାଳୀନ ସର୍ବାଧିକ ଦିନିକିଆ ରେଟିଂରେ କୋହଲିଙ୍କ ଉପରକୁ େଓ୍ଵଷ୍ଟଇଣ୍ଡିଜ୍‌ର ଭିଭି ରିଚାର୍ଡସ (୯୩୫ ପଏଣ୍ଟ୍‌, ୧୯୮୫), ପାକିସ୍ତାନର ଜାହିର ଆବାସ (୯୩୧ ପଏଣ୍ଟ୍‌, ୧୯୮୩), ଅଷ୍ଟ୍ରେଲିଆର ଗ୍ରେଗ୍‌ ଚାପେଲ (୯୨୧ ପଏଣ୍ଟ୍‌, ୧୯୮୧), ଇଂଲଣ୍ଡର ଡାଭିଡ଼ ଗ୍ରୋଭର (୯୧୯ ପଏଣ୍ଟ୍‌, ୧୯୮୩), ଅଷ୍ଟ୍ରେଲିଆର ଡିନ୍‌ ଜୋନ୍ସ (୯୧୮ ପଏଣ୍ଟ୍‌, ୧୯୯୧), ପାକିସ୍ତାନର ଜାଭେଦ ମିଆଁଦାଦ୍‌ (୯୧୦ ପଏଣ୍ଟ୍‌, ୧୯୮୭) ରହିଥିଲା ବେଳେ େଓ୍ଵଷ୍ଟଇଣ୍ଡିଜ୍‌ର ବ୍ରାଏନ୍‌ ଲାରା (୯୦୮ ପଏଣ୍ଟ୍‌, ୧୯୯୩) ଅଷ୍ଟମ ସ୍ଥାନରେ ରହିଛନ୍ତି। ଦିନିକିଆ ସାଙ୍ଗକୁ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍‌ଙ୍କ ରେଟିଂ ପଏଣ୍ଟ୍‌ରେ ମଧ୍ୟ କୋହଲି ୯୦୦ ଅଙ୍କ ଟପି ଯାଇଛନ୍ତି। ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ (୯୪୭)ଙ୍କ ପଛକୁ କୋହଲି (୯୧୨) ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ତାଙ୍କ ତଳକୁ ଇଂଲଣ୍ଡର ଜୋ ରୁଟ୍‌ (୮୮୧), ନ୍ୟୁଜିଲାଣ୍ଡ୍‌ର କେନ୍‌ ଓ୍ଵିଲିୟମ୍‌ସନ୍‌ (୯୫୫) ଏବଂ ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ଵର୍ନର (୮୨୭) ରହିଛନ୍ତି।

ସମ୍ବନ୍ଧିତ ଖବର