ଯୁବ ଖେଳାଳିଙ୍କ ପାଇଁ କୋହଲି ପ୍ରେରଣା: ବିହ‌ାରୀ

କୋଲକାତା: ଭାରତୀୟ ଡ୍ରେସିଂ ରୁମ୍‌ରେ ବିରାଟ କୋହଲି ଯୁବ ଖେଳାଳିଙ୍କ ପାଇଁ ପ୍ରେରଣାର ଉତ୍ସ, ସମ‌ସ୍ତେ ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଭାରତୀୟ ଟେଷ୍ଟ୍ ଦଳର ନବୀନ ସଦସ୍ୟ ହନୁମା ବିହାରୀ। ‘ସେ (କୋହଲି) ପଡିଆ ଭିତରେ ଏବଂ ବାହାରେ ବି ଉଦାହରଣ ଛାଡ଼ିଛନ୍ତି। ଯୁବ ଖେଳାଳିମାନେ ତାଙ୍କୁ ଅନୁସରଣ କରିଥାନ୍ତି। ଗତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ୨ ମ୍ୟାଚ୍‌ରୁ ସର୍ବାଧିକ ୨୮୯ ରନ୍ ସଂଗ୍ରହ କରିଥିବା ବିହାରୀ ଶୃଙ୍ଖଳାର ଅଗ୍ରଣୀ ସ୍କୋରର୍ ଥିଲେ। ୬ ନମ୍ବର ସ୍ଥାନରେ ବ୍ୟାଟିଂ କରି ବିହାରୀ ନିଜ ପ୍ରଥମ ଟେଷ୍ଟ୍ ଶତକ ସ୍ବପ୍ନକୁ ମଧ୍ୟ ସାକାର କରିଥିଲେ। ୬ ନମ୍ବର ସ୍ଥାନ କିମ୍ବା ଏହାଠୁ ତଳେ ଗୋଟିଏ ଟେଷ୍ଟ୍‌ରେ ଶତକ ଓ ଅର୍ଧଶତକ ହାସଲ କରିବାରେ ସେ ସଚିନ ତେନ୍ଦୁଲକର (୧୯୯୦)ଙ୍କ ପରେ ପ୍ରଥମ ଖେଳାଳି ହୋଇଥିଲେ। ଇଣ୍ଡିଜ୍ ଗସ୍ତ ପରଠାରୁ ଅଧିନାୟକ ବିରାଟ କୋହଲି ମଧ୍ୟ ଏହି ୨୫ ବର୍ଷୀୟ ମଧ୍ୟକ୍ରମ ବ୍ୟାଟସମ୍ୟାନ୍‌ଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି। ଅକ୍ଟୋବର ୨ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳାରେ ନିଶ୍ଚିତ ବିହାରୀ ନିର୍ଣ୍ଣାୟକ ଭୂମିକା ତୁଲାଇବେ। ଟେଷ୍ଟ୍ ଚାମ୍ପିଅନସିପ୍ ପାଇଁ ଏହି ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ବିହାରୀ।

ସମ୍ବନ୍ଧିତ ଖବର