ଟେଷ୍ଟ ସିରିଜରେ ଭାରତର ପରାଜୟ ପରେ ବିରାଟ କୋହଲିଙ୍କ ଉପରକୁ ଅଙ୍ଗୁଳି ଉଠାଇଲେ କ୍ରିକେଟର ଗାଭାସ୍କର

ନୂଆଦିଲ୍ଲୀ: କ୍ରିକେଟର ସୁନିଲ ଗାଭାସ୍କର ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଭାରତର ୧-୪ରେ ସିରିଜ ପରାଜୟ ପରେ ଅଧିନାୟକ ବିରାଟ କୋହଲିଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି । ଗାଭାସ୍କର କହିଛନ୍ତି, ବିରାଟ କୋହଲିଙ୍କୁ ଆହୁରି ଶିଖିବାର ଅଛି । ଖାଲି ସେତିକି ନୁହେଁ, ଭାରତ ସିରିଜ ହାରିବାରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ କାହିଁକି ନା ଇଂଲଣ୍ଡ ସହ ସିରିଜ ମୁକାବିଲା ପାଇଁ ଟିମ୍‌ ଇଣ୍ଡିଆ ପ୍ରସ୍ତୁତ ନଥିଲା। ଆଗକୁ ଗାଭାସ୍କର କହିଛନ୍ତି ଯଦି ଆପଣ ପ୍ରସ୍ତୁତ ହେବାରେ ବିଫଳ ହୋଇଛନ୍ତି ତେବେ ବିଫଳତାକୁ ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବା ଦରକାର ।

ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ପାଇଁ ପ୍ରସ୍ତୁତି ବନେଇବା ନିହାତି ଦରକାର । ତେଣୁ ଇଂଲଣ୍ଡ ସହ ପରାଜୟରେ ବିଶେଷ ଭାବରେ ଆଶ୍ଚର୍ଯ୍ୟ ନହୋଇ ଅଷ୍ଟ୍ରେଲିଆ ବିପକ୍ଷରେ କିପରି ସଫଳ ପ୍ରଦର୍ଶନ କରିହେବ ସେ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଗାଭାସ୍କର କହିଛନ୍ତି । ତେବେ ଗାଭାସ୍କରଙ୍କର ଏଭଳି ପ୍ରତିକ୍ରିୟା ପରେ ଚର୍ଚ୍ଚା ଜୋର ଧରିଛି। ଇଂଲଣ୍ଡ ଠାରୁ ବିରାଟ ବାହିନୀ ୧-୪ ରେ ସିରିଜ ହାରିବା ପରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ କିଭଳି ପ୍ରସ୍ତୁତି କରିବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବିଶେଷ କରି ଦଳରେ ପରିବର୍ତ୍ତନର ଆବଶ୍ୟକତା ରହିଥିବା ସାଧାରଣରେ ମତ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର