ଆଇପିଏଲ୍‌ ଲାଗି ବିରାଟଙ୍କ ନୂଆ ବ୍ୟାଟିଂ କିଟ୍‌

ବେଙ୍ଗାଲୁରୁ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଚଳିତ ବର୍ଷ ଆଇପିଏଲ୍‌ ଖେଳିବ। କରୋନା ମହାମାରୀ ଲାଗି ସ୍ଥଗିତ ଥିବା ଆଇପିଏଲ୍‌ ସେ‌ପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁ‌ଏଇରେ ‌ଆୟୋଜିତ ହେବ ବୋଲି ପ୍ରାୟ ସ୍ଥିର ହୋଇଛି। ଏହି ଆଇପିଏଲ୍‌ ଲାଗି କୋହଲି ନୂଆ ବ୍ୟାଟିଂ କିଟ୍‌ ମଧ୍ୟ ଆଣି ସାରିଲେଣି। ଏହାକୁ ସଜାଇବାରେ ସେ ମଧ୍ୟ ଲାଗି ପଡ଼ିଛନ୍ତି।

ଆର୍‌ସିବି ଏପର୍ଯ୍ୟନ୍ତ ଆଇପିଏଲ୍‌ ଟ୍ରଫି ଜିତି ନଥିବାରୁ ଚଳିତ ବର୍ଷ ନିଶ୍ଚିତ ଏହି ମରୁଡ଼ିରୁ ରକ୍ଷା କରିବାକୁ ଚେଷ୍ଟା କରିବେ। ସଂପ୍ରତି କରୋନା ଯୋଗୁଁ କୋହଲି ଫିଟ୍‌ନେସ୍‌, ବହିପଢ଼ିବା ଏବଂ ପରିବାର ସହ ସମୟ କାଟୁଛନ୍ତି। ହେଲେ କ୍ରିକେଟ୍‌ ଅଭ୍ୟାସକୁ ଫେରିନାହାନ୍ତି। ‌କିନ୍ତୁ ଋଷବ ପନ୍ତ, ସୁରେଶ ରାଇନା, ଉମେଶ ଯାଦବ ଓ ଈଶାନ୍ତ ଶର୍ମାଙ୍କ ଭଳି ଅନେକ ଭାରତୀୟ କ୍ରିକେଟର୍‌ ପଡ଼ିଆ ଅଭ୍ୟାସକୁ ଫେରି ସାରିଲେଣି। ଏମାନେ ନିଜ ନିଜ ସାମାଜିକ ଗଣମାଧ୍ୟମରେ ଅଭ୍ୟାସ ଭିଡିଓ ପ୍ରକାଶ କରି ଆଇପିଏଲ୍‌ ଲାଗି ପ୍ରସ୍ତୁତ ହେଉ ଥିବା ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର