କୋହଲିଙ୍କୁ ୩୧ ଚାଲିଲା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ସୋମବାରଠୁ ୩୧ ଚାଲିଲା। ସୋମବାର କୋହଲିଙ୍କ ୩୦ତମ ଜନ୍ମଦିନରେ ତାଙ୍କ ପାଖକୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଥିଲା। ପତ୍ନୀ ଅନୁଷ୍କା ଶର୍ମା ଟ୍ବିଟର୍‌ରେ କୋହଲିଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଭୟଙ୍କ ସେଲ୍ଫି ‌ଫଟୋକୁ ମଧ୍ୟ ‌ସେୟାର କରିଥିଲେ। ଏଥିରେ ‘ଭଗବାନଙ୍କୁ ଧନ୍ୟବାଦ’ ବୋଲି ଅନୁଷ୍କା ଶିରୋନାମା ଦେଇଛନ୍ତି। ସେହିପରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। କୋହଲି ଛୋଟବେଳେ ଖେଳନା ବନ୍ଧୁକ ଧରିଥିବାର ଏକ ଫଟୋକୁ ଟ୍ବିଟର୍‌ ଛାଡ଼ି ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ସେ। ଧୋନି ମଜାକରେ କୋହଲି ଜଣେ ମୋବାଇଲ୍‌ ଗେମ୍‌ ‘ପିୟୁଜିଏମ୍‌’ ପ୍ରଶଂସକ ବୋଲି ଏହାର ଶିରୋନମା ରଖିଛନ୍ତି। ଏଥି ସହ ବିସିସିଆଇ ମଧ୍ୟ ଏକ ଭିଡିଓ ଜାରି କରି କୋହଲିଙ୍କୁ ଶୁଭଚ୍ଛୋ ଜଣାଇଛି।

ସମ୍ବନ୍ଧିତ ଖବର