ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ କରିବା ପରେ ନିଜ ନିଜ କର୍ମସ୍ଥଳୀକୁ ଫେରି ଆସିଛନ୍ତି। ଅନୁଷ୍କା ସିନେମା ସୁଟିଂରେ ବ୍ୟସ୍ତ ଥିବା ବେଳେ ବିରାଟ କୋହଲି ସାଉଥ୍ ଆଫ୍ରିକାରେ ଓ୍ଵାନ୍ଡେ ସିରିଜ ଖେଳୁଛନ୍ତି। ବିରାଟ ଓ ଅନୁଷ୍କାଙ୍କୁ ଏଯାବତ୍ ବି ବିବାହ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହାର ଉଦାହରଣ ସିରିଜର ଦ୍ୱିତୀୟ ମ୍ୟାଚରେ ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2018/02/kohli-records-m-300x167.jpg)
ମ୍ୟାଚ ଚାଲିଥିବା ସମୟରେ କୋହଲି ଫିଲଡିଙ୍ଗ କରୁଥିଲେ, ସେତେବେଳେ ପଛପଟୁ ଜଣେ ଦର୍ଶକ ହାତରେ ବିରୁଷ୍କାଙ୍କ ବିବାହ ସମୟରେ ଏକ ପୋଷ୍ଟର ଧରି ଛିଡା ହୋଇଥିଲେ। ଯେଉଁଥିରେ ଦୁହିଁଙ୍କୁ ବିବାହ ଶୁଭେଚ୍ଛା ଓ ଅଭିନନ୍ଦନ ଲେଖାଯାଇଥିଲା। ବିରାଟ ବି ତାଙ୍କ ପ୍ରଶଂସକଙ୍କ ଏହି ପୋଷ୍ଟରର ସମର୍ଥନ ଜଣାଇବାକୁ ଯାଇ ହାତ ହଲାଇ ଧନ୍ୟବାଦ କହିଥିଲେ। ପୁଣି ମ୍ୟାଚ ଖେଳିବାକୁ ଲାଗିଲେ।
![]()
ନିକଟରେ ସାଉଥ୍ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଥିବା ସମୟରେ କୋହଲି ନିଜର ଦେଢ଼ ଶହ ରନ୍କୁ ଧର୍ମପତ୍ନୀ ଅନୁଷ୍କାଙ୍କୁ ସମର୍ପିତ କରିଛନ୍ତି। କେବଳ ଏତିକି ନୁହେଁ ତାଙ୍କ ଗଳାରେ ପିନ୍ଧିଥିବା ଅନୁଷ୍କାଙ୍କ ରିଙ୍ଗ୍କୁ ମଧ୍ୟ ଚୁମ୍ବନ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/Virat-Anushka-Wedding.jpg)