ମ୍ୟାଚ୍‌ ମଝିରେ ବିରାଟଙ୍କୁ ମିଳିଲା ବିବାହ ଶୁଭେଚ୍ଛା, ପ୍ରତିକ୍ରିୟା କେମିତି ଥିଲା ଜାଣନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ବିବାହ କରିବା ପରେ ନିଜ ନିଜ କର୍ମସ୍ଥଳୀକୁ ଫେରି ଆସିଛନ୍ତି। ଅନୁଷ୍କା ସିନେମା ସୁଟିଂରେ ବ୍ୟସ୍ତ ଥିବା ବେଳେ ବିରାଟ କୋହଲି ସାଉଥ୍‌ ଆଫ୍ରିକାରେ ଓ୍ଵାନ୍‌ଡେ ସିରିଜ ଖେଳୁଛନ୍ତି। ବିରାଟ ଓ ଅନୁଷ୍କାଙ୍କୁ ଏଯାବତ୍‌ ବି ବିବାହ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହାର ଉଦାହରଣ ସିରିଜର ଦ୍ୱିତୀୟ ମ୍ୟାଚରେ ଦେଖିବାକୁ ମିଳିଛି।

ମ୍ୟାଚ ଚାଲିଥିବା ସମୟରେ କୋହଲି ଫିଲଡିଙ୍ଗ କରୁଥିଲେ, ସେତେବେଳେ ପଛପଟୁ ଜଣେ ଦର୍ଶକ ହାତରେ ବିରୁଷ୍କାଙ୍କ ବିବାହ ସମୟରେ ଏକ ପୋଷ୍ଟର ଧରି ଛିଡା ହୋଇଥିଲେ। ଯେଉଁଥିରେ ଦୁହିଁଙ୍କୁ ବିବାହ ଶୁଭେଚ୍ଛା ଓ ଅଭିନନ୍ଦନ ଲେଖାଯାଇଥିଲା। ବିରାଟ ବି ତାଙ୍କ ପ୍ରଶଂସକଙ୍କ ଏହି ପୋଷ୍ଟରର ସମର୍ଥନ ଜଣାଇବାକୁ ଯାଇ ହାତ ହଲାଇ ଧନ୍ୟବାଦ କହିଥିଲେ। ପୁଣି ମ୍ୟାଚ ଖେଳିବାକୁ ଲାଗିଲେ।

ନିକଟରେ ସାଉଥ୍‌ ଆଫ୍ରିକା ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳୁଥିବା ସମୟରେ କୋହଲି ନିଜର ଦେଢ଼ ଶହ ରନ୍‌କୁ ଧର୍ମପତ୍ନୀ ଅନୁଷ୍କାଙ୍କୁ ସମର୍ପିତ କରିଛନ୍ତି। କେବଳ ଏତିକି ନୁହେଁ ତାଙ୍କ ଗଳାରେ ପିନ୍ଧିଥିବା ଅନୁଷ୍କାଙ୍କ ରିଙ୍ଗ୍‌କୁ ମଧ୍ୟ ଚୁମ୍ବନ ଦେଇଥିଲେ।

ସମ୍ବନ୍ଧିତ ଖବର