ହାଇଦ୍ରାବାଦ:ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ ଖେଳାଯିବ | ତେବେ ଆଜିକାର ମ୍ୟାଚ ଆରସିବି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | କାରଣ ପ୍ଲେ ଅଫ୍ ଯୋଗ୍ୟତା ପାଇବା ପାଇଁ ଆରସିବି ଏହାର ଶେଷ ଦୁଇଟି ମ୍ୟାଚ୍ ଜିତିବା ଆବଶ୍ୟକ | ହାଇଦ୍ରାବାଦ ପରେ ଆରସିବି ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସକୁ ଭେଟିବ। ଉଭୟ ମ୍ୟାଚ୍ ଜିତିବା ପରେ ମଧ୍ୟ ଦଳକୁ କିଛି ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। ତେବେ ଆଜିକାର ମ୍ୟାଚ୍ରେ ବିରାଟ କୋହଲିଙ୍କ ଏକ ବଡ ଇନିଂସ କରିବେ ବୋଲି ପ୍ରଶଂସକମାନେ ଆଶା କରିଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ହାଇଦ୍ରାବାଦ ବିପକ୍ଷରେ କୋହଲିଙ୍କ ରେକର୍ଡ ବାବଦରେ ସୂଚନା ଦେବୁ |
ବାସ୍ତବରେ ବିରାଟ କୋହଲି ହାଇଦ୍ରାବାଦ ବିପକ୍ଷରେ ଗତ ଦୁଇଟି ଇନିଂସରେ ଗୋଲଡେନ ଡକ୍ (ପ୍ରଥମ ବଲରେ ଆଉଟ)ର ଶିକାର ହୋଇଛନ୍ତି। ଏଥି ସହିତ କୋହଲି ଏପର୍ଯ୍ୟନ୍ତ ହାଇଦ୍ରାବାଦ ବିପକ୍ଷରେ ମୋଟ ୨୦ଟି ଇନିଂସ ଖେଳିଛନ୍ତି ଓ ୫୬୯ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ସେ ସମୁଦାୟ ୪ଟି ଅର୍ଦ୍ଧଶତକ କରିଥିବାବେଳେ ସର୍ବାଧିକ ୯୩ ରନ କରିଥିଲେ | ୨୦୧୩ ମସିହାରେ କୋହଲି ହାଇଦ୍ରାବାଦ ବିପକ୍ଷରେ ୯୩ ରନ କରିଥିଲେ | ସେହିପରି କୋହଲି ୨୦୧୬ରେ ହାଇଦ୍ରାବାଦ ବିପକ୍ଷରେ ନିଜର ଶେଷ ଅର୍ଦ୍ଧଶତକ ହାସଲ କରିଥିଲେ। ଏଥି ସହିତ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ୨୦ଟି ଇନିଂସରେ କୋହଲି ମୋଟ ୩ ଥର ଖାତା ଖୋଲି ନପାରିପାଭିଲିୟନକୁ ଫେରିଛନ୍ତି।