ବିଶ୍ବ କୀର୍ତିମାନଠୁ ୩୭ ରନ୍‌ ଦୂରରେ କୋହଲି

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍‌ରେ ଆଉ ଏକ ବିଶ୍ବ କୀର୍ତିମାନଠୁ ମାତ୍ର ୩୭ ରନ୍‌ ଦୂରରେ ରହିଛନ୍ତି। ଚଳିତ ବିଶ୍ବକପ୍‌ ଅବସରରେ ଆନ୍ତର୍ଜାତିକ ଦିନିକିଆ କ୍ରି‌କେଟ୍‌ରେ ଦ୍ରୁତତମ ୧୧,୦୦୦ ରନ୍‌ କରିବାର କୀର୍ତିମାନ ନିଜ ନାମରେ କରିସାରିଥିବା କୋହଲି ଏବେ ଆନ୍ତର୍ଜାତିକ କ୍ରିକେଟ୍‌ (ଟେଷ୍ଟ୍‌, ଦିନିକିଆ ଓ ଟ୍ବେଣ୍ଟି-୨୦)ରେ ଦ୍ରୁତତମ ୨୦,୦୦୦ ରନ୍‌ ସଂଗ୍ରହ କରିବାର ବିଶ୍ବ କୀର୍ତିମାନ ଦ୍ବାରରେ ରହିଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୩୭ ରନ୍‌ କରିପାରିଲେ କୋହଲି ସବୁଠୁ କମ୍‌ ପାଳିରେ ୨୦,୦୦୦ ଆନ୍ତର୍ଜାତିକ ରନ୍‌ ସଂଗ୍ରହ କରିବାରେ ବିଶ୍ବ କ୍ରିକେଟ୍‌ରେ ପ୍ରଥମ ଖେଳାଳି ହେବାର ଗୌରବ ବହନ କରିବେ। ଆଉ ଏକ୍ଷେତ୍ରରେ ସେ ୱେଷ୍ଟଇଣ୍ଡିଜ୍‌ର ବ୍ରାଏନ୍‌ ଲାରା, ଭାରତର ସଚିନ୍‌ ତେନ୍ଦୁଲକର ଓ ରାହୁଲ୍‌ ଦ୍ରାବିଡ୍‌ଙ୍କ କୀର୍ତିମାନକୁ ପଛରେ ପକାଇଦେବେ। ପୁଣି ତୃତୀୟ ଭାରତୀୟ ଭାବେ ମଧ୍ୟ ୨୦,୦୦୦ ଆନ୍ତର୍ଜାତିକ ରନ୍‌ର କୀର୍ତିମାନ ରଚିବେ।

ସମ୍ବନ୍ଧିତ ଖବର