ଯୁବିଙ୍କ ଭାବପୂର୍ଣ୍ଣ ଚିଠିର ଜବାବ ରଖିଲେ କୋହଲି: କର୍କଟରୁ ତୁମର ପ୍ରତ୍ୟାବର୍ତ୍ତନ ସବୁବେଳେ ପ୍ରେରଣା ହୋଇରହିବ

ନୂଆଦିଲ୍ଲୀ: ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂହ ମଙ୍ଗଳବାର ବିରାଟ କୋହଲିଙ୍କ ଉଦେଶ୍ୟରେ ଏକ ଭାବପୂର୍ଣ୍ଣ ପତ୍ର ଲେଖିଥିଲେ। ୩୩ ବର୍ଷୀୟ କୋହଲି ବୁଧବାର ସାମାଜିକ ଗଣମାଧ୍ୟମରେ ଯୁବିଙ୍କ ଏହି ପତ୍ରର ଫଟୋକୁ ‌ପୋ‌‌ଷ୍ଟ୍‌ କରିଛନ୍ତି। ଏହାର ଶିରୋନାମାରେ ଲେଖିଛନ୍ତି, ‘‘ଯୁବି ପା ଏଭଳି ଚିଠି ପାଇଁ ଧନ୍ୟବାଦ। କର୍କଟକୁ ହରାଇବା ପରେ ଆପଣଙ୍କ ପ୍ରତ୍ୟାବର୍ତ୍ତନ କେବଳ କ୍ରିକେଟ୍ ନୁହେଁ ସବୁ ବର୍ଗର ଲୋକଙ୍କ ପାଇଁ ପ୍ରେରଣା ହୋଇ ରହିବ। ତୁମେ ସର୍ବଦା ଉଦାର ଏବଂ ଆଖପାଖର ଲୋକଙ୍କ ଯତ୍ନ ନେଉଛ। ମୁଁ ତୁମର ସମସ୍ତ ସୁଖ କାମନା କରୁଛି, ଈଶ୍ବର ଆଶୀର୍ବାଦ କରନ୍ତୁ।’’ ଆଉ ଗୋଟେ କଥା ହେଲା ଆମେ ଉଭୟେ ଏବେ ଅଭିଭାବକ ହୋଇସାରିଛେ। ଏହା ଆମ ପାଇଁ ଖୁସୀର ଖବର ବୋଲି ଯୁବିଙ୍କୁ କୋହଲି କହିଛନ୍ତି।

ସୂଚନାଯୋଗ୍ୟ ଯେ କୋହଲିଙ୍କ ଏକାଗ୍ରତା ଏବଂ କ୍ରିକେଟ୍ ପ୍ରତି ଥିବା ଉତ୍ସର୍ଗୀକୃତ ଭାବନାକୁ ଭୂୟସୀ ପ୍ରଶଂସା କରିବା ସହ ସେ କିଭଳି ଆଗାମୀ ପିଢ଼ି ପାଇଁ ପ୍ରେରଣାର ଅସରନ୍ତି ଉତ୍ସ ପାଲଟିଛନ୍ତି, ତାକୁ ନିଚ୍ଛକ ଭାବେ ବର୍ଣ୍ଣନା କରି ଯୁବି ମଙ୍ଗଳବାର ଏକ ପତ୍ର କୋହଲିଙ୍କ ଉଦେଶ୍ୟରେ ଲେଖିଥିଲେ।

ସମ୍ବନ୍ଧିତ ଖବର