ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ କିଂବଦନ୍ତି କ୍ରିକେଟର୍ ବିରାଟ କୋହଲି ମଙ୍ଗଳବାର ଇଂଲଣ୍ଡରୁ ସ୍ବଦେଶ ଫେରିଛନ୍ତି। ପରିବାର ସହ ସେ ଏବେ ଲଣ୍ଡନରେ ରହୁଥିଲା ବେଳେ ମଙ୍ଗଳବାର ଅପରାହ୍ଣରେ ନୂଆଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଦେଖିବା ପରେ ସେଠାରେ ପ୍ରଶଂସକଙ୍କ ଭିଡ଼ ଜମି ଯାଇଥିଲା। ହେଲେ ପ୍ରଶଂସକଙ୍କୁ ସେଲ୍ଫି କିମ୍ବା ଫଟୋ ନେବାର ସୁଯୋଗ ନଦେଇ କୋହଲି ସିଧା ନିଜ କାର୍କୁ ଚାଲି ଯାଇଥିଲେ।
ସୂଚନାଯୋଗ୍ୟ, ଆର୍ସିବି ପ୍ରଥମ ଥର ଆଇପିଏଲ୍ ଜିତିବା ପରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ବାହାରେ ହୋଇଥିବା ଦଳାଚକଟା ପରେ ପରେ କୋହଲି ଇଂଲଣ୍ଡ ଚାଲି ଯାଇଥିଲେ। ଏଥିଲାଗି ସେ କଡ଼ା ସମାଲୋଚନାର ସମ୍ମୁଖୀନ ମଧ୍ୟ ହୋଇଥିଲେ। ଏପରିକି ଅଷ୍ଟ୍ରେଲିଆ ଗସ୍ତ ପାଇଁ ଇଂଲଣ୍ଡରେ ହିଁ ସେ ଫିଟ୍ନେସ୍ ପରୀକ୍ଷା ଦେଇଥିଲେ। ଟେଷ୍ଟ୍ ଏବଂ ଟ୍ବେଣ୍ଟି-୨୦ରୁ ଅବସର ଘୋଷଣା କରି ସାରିଥିବାରୁ ଅଷ୍ଟ୍ରେଲିଆ ଶୃଙ୍ଖଳା ତାଙ୍କର ପ୍ରତ୍ୟାବର୍ତ୍ତନ ଶୃଙ୍ଖଳା ହେବ।