ଦୁବାଇ: ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଭାରତ ଏସିଆ କପ୍ ‘ସୁପର-୪’ ମ୍ୟାଚ୍ ହାରିବା ପରେ ପୂର୍ବତନ ଅଧିନାୟକ ବିରାଟ କୋହଲି ରବିବାରର ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ। ସେଠାରେ ନିଜ ପ୍ରଦର୍ଶନ ତଥା ଭାରତ ପରାଜୟ ନେଇ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ। ତେବେ ନିଜ ବିଷୟରେ କିଛି ଅଧିକ କଥା କହି ଦେଇଥିଲେ। ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ପରେ କେବଳ ମହେନ୍ଦ୍ର ସିଂହ ଧୋନିଙ୍କ ଛଡ଼ା ଅନ୍ୟ କୌଣସି ଭାରତୀୟ ଖେଳାଳି ତାଙ୍କ ପାଖକୁ କୌଣସି ବାର୍ତ୍ତା ପଠାଇ ନଥିଲେ ବୋଲି ସେଠାରେ ଉପସ୍ଥିତ ସାମ୍ବାଦିକ ସମ୍ମିଳନୀରେ କୋହଲି କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟକୁ କିନ୍ତୁ ପୂର୍ବତନ ଭାରତୀୟ କିଂବଦନ୍ତି କ୍ରିକେଟର୍ ସୁନିଲ ଗାଭାସ୍କର ପସନ୍ଦ କରି ନାହାନ୍ତି। ଅଧା ସତ କହିବା ପରିବର୍ତ୍ତେ କେଉଁ ଖେଳାଳିମାନେ ତାଙ୍କୁ ମେସେଜ୍ କରି ନଥିଲେ, ସେମାନଙ୍କ ନାଁ ମଧ୍ୟ କହିବାକୁ କୋହଲିଙ୍କୁ ଗାଭାସ୍କର ଆହ୍ବାନ କରିଛନ୍ତି। ‘‘ଭାରତୀୟ ଡ୍ରେସିଂ ରୁମ୍ ବିଷୟରେ ମୁଁ ଅଧିକ କିଛି ଜାଣିନି। ତେବେ ତାଙ୍କ ସହ (କୋହଲିଙ୍କ ସହ) ଯୋଗାଯୋଗ ରଖିଥିବା ଜଣେ ଖେଳାଳିଙ୍କ ନାଁ ଯଦି କୋହଲି କହିଛନ୍ତି, ତାହେଲେ କେଉଁ ଖେଳାଳିମାନେ ଯୋଗାଯୋଗ ରଖି ନଥିଲେ, ସେ ସୂଚନା ମଧ୍ୟ ଦେବା ଉଚିତ ହେବ। ଏହା ହୋଇଥିଲେ ସମସ୍ତଙ୍କ ପ୍ରତି ନ୍ୟାୟ ହୋଇଥା’ନ୍ତା। ସେହିଭଳି ଡ୍ରେସିଂ ରୁମ୍ କଥା ଏଭଳି ଭାବେ ସର୍ବସାଧାରଣରେ ଆଲୋଚନା ନକରିବାକୁ ପରୋକ୍ଷରେ କୋହଲିଙ୍କୁ ଗାଭାସ୍କର ପରାମର୍ଶ ଦେଇଛନ୍ତି।
ବାର୍ତ୍ତା ପଠାଇ ନଥିବା ଖେଳାଳିଙ୍କ ନାଁ କୋହଲି ପ୍ରକାଶ କରନ୍ତୁ: ଗାଭାସ୍କର
/sambad/media/post_attachments/wp-content/uploads/2019/07/gavaskar-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)