ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳାରେ ୨ଟି ଶତକ ହାସଲ କରିବା ପରେ ବିରାଟ କହିଲେ- ଟିମ୍‌ ପାଇଁ ଖେଳିଥିବାରୁ ଗର୍ବ ଅନୁଭବ କରୁଛି

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ବୁଧବାର ଶେଷ ହୋଇଥିବା ୩ ଦିନିକିଆ ଶୃଙ୍ଖଳାକୁ ଟିମ ଇଣ୍ଡିଆ ୨-୦ରେ ଜିତିଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଏହା ପରେ ଟିମ୍‌ ଇଣ୍ଡିଆ ପରବର୍ତ୍ତୀ ୨ଟି ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟୀ ହୋଇଛି। ବିରାଟ କୋହଲି ଶୃଙ୍ଖଳାରେ ୨ଟି ଶତକ ହାସଲ କରିଛନ୍ତି। ଫଳରେ ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଏବଂ ମ୍ୟାନ୍‌ ଅଫ୍‌ ଦ ସିରିଜ ପୁରସ୍କାର ମିଳିଛି। ଅନ୍ତିମ ଦିନିକିଆ ପରେ ବିରାଟ କୋହଲି କହିଛନ୍ତି, ଟିମ୍‌ ପାଇଁ ଖେଳି ଗର୍ବ ଅନୁଭବ କରୁଛି।

ବିରାଟ କୋହଲି ମ୍ୟାଚ୍‌ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମୁଁ ଯେମିତି କହିଛି, ମୁଁ ପଡ଼ିଆରେ ବହୁ ସମୟ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲି। କାରଣ ମୁଁ ଚାପଗ୍ରସ୍ତ ହୋଇ ଖେଳୁଥିଲି। ସେ କହିଛନ୍ତି, ଏଭଳି ସ୍ଥିତିରେ ମୋର ଅଭିଜ୍ଞତା କାମକୁ ଆସିଛି। ମୁଁ ବୁଝିପାରିଥିଲି ଯେ, ଏଭଳି ଅବସ୍ଥାରେ ଖେଳ କେଉଁଠି ଅଛି। ବିପଦ ସମୟରେ ଟିମ୍‌ ପାଇଁ କିଛି କରିଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି।

ସମ୍ବନ୍ଧିତ ଖବର