କୋହଲି କହିଲେ ‘ଟେଷ୍ଟ ନେତୃତ୍ବ ଛାଡ଼ିବା ବେଳେ କେବଳ ଧୋନି ବାର୍ତ୍ତା ଦେଇଥିଲେ’

ଦୁବାଇ: ଖରାପ ଫର୍ମରୁ ‌ବିରାଟ କୋହଲି କ୍ରମେ ବାହାରୁଥିବା ବେଳେ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଖରାପ ସମୟରେ ମୋ ସହ କେବଳ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ରହିଥିଲେ ବୋଲି ପ୍ରକାଶ କରିଛନ୍ତି। ‘ମୁଁ ଆପଣଙ୍କୁ ଗୋଟିଏ କଥା କହିବି, ମୁଁ ଯେତେବେଳେ ଟେଷ୍ଟ ଅଧିନାୟକତ୍ବ ପଦ ଛାଡ଼ିଲି ଜଣେ ମାତ୍ର ବ୍ୟକ୍ତି ମୋତେ ବାର୍ତ୍ତା ପଠାଇଥିଲେ-ସେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନି। ଅନେକ ଲୋକଙ୍କ ପାଖରେ ମୋ ନମ୍ବର ଅଛି। ଲୋକମାନେ ଟେଲିଭିଜନରେ ପରାମର୍ଶ ଦିଅନ୍ତି, ସେମାନଙ୍କ ନିକଟରେ ମୋ ନମ୍ବର ଥିଲେ ବି ମୋତେ ପରାମର୍ଶ ଦିଅନ୍ତି ନାହିଁ।’ ବୋଲି କୋହଲି ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ପରାମର୍ଶ ଦେଇଥିଲେ। ବିଗତ ୮ ମାସର ସଂଘର୍ଷ ଭିତରେ ଏହା ଧୋନି ଓ ମୋ ମଧ୍ୟରେ ବଂଧନକୁ ପ୍ରମାଣିତ କରିଛି। ଯତି ତୁମେ ଜଣଙ୍କୁ ସମ୍ମାନ କରୁଛ ତେବେ ନିଶ୍ଚିତ ଏହା ସଚ୍ଚୋଟତା ଭିତରେ ହୋଇଥିବ। କେହି କାହାଠାରୁ କିଛି ଆଶା କରୁନଥିବେ। ‌ଧୋନିଙ୍କଠାରୁ ମୁଁ କି ମୋଠାରୁ ଧୋନିଙ୍କର କିଛି ଆଶା ନଥିଲା। ମୁଁ କେବେ ତାଙ୍କ ନିକଟରେ‌ କେବେ ଅସୁରକ୍ଷିତ ମଣିନଥାଏ’ ବୋଲି କେହଲି ପ୍ରକାଶ କରିଛନ୍ତି।

ଜୀବନର ଏହି ପର୍ଯ୍ୟାୟ ହିଁ ଏଭଳି ଲୋକଙ୍କ ସହ ଆଗକୁ ବଢ଼ିଥାଏ। ତଥାପି ମୁଁ ମୋ ଜୀବନକୁ ସଚ୍ଚୋଟତାର ସହ ଜୀଇଁଛି, ମୁଁ କହୁନାହିଁ ଯେ କିଛି କଥା ମୋତେ ବିବ୍ରତ କରିନାହିଁ। ତୁମେ କିନ୍ତୁ ସଚ୍ଚୋଟତାର ସହ ଏତେ ଲମ୍ବା ସମୟ ଧରି ଖେଳିଲେ, ଈଶ୍ବର ହିଁ ପୁରସ୍କୃତ କରନ୍ତି। ମୁଁ ଖେଳିବାକୁ ଯୋଗ୍ୟ ଥିବା ଯାଏ ଏଭଳି ଖେଳିଚାଲିବି’ ବୋଲି ବିରାଟ ପ୍ରକାଶ କରିଛନ୍ତି। ଗଣାମଧ୍ୟମରେ ମଧ୍ୟ ବହୁ ବିଶେଷଜ୍ଞ ରହିଛନ୍ତି ଯେଉଁମା‌‌‌ନେ କୋହଲିଙ୍କୁ ସମର୍ଥନ କରୁଥିଲେ, ସେ କିନ୍ତୁ ଏହାକୁ ସ୍ବୀକୃତି ଦେଇନଥିଲେ। ‘ମୁଁ ଆଉ ଏକ କଥା କହିବାକୁ ଚାହେଁ, ଯଦି କୌଣସି ବ୍ୟକ୍ତିଙ୍କୁ କିଛି କହିବାର ଅଛି କି ସହାୟତା କରିବାର ଅଛି, ତେବେ ତାକୁ ବ୍ୟକ୍ତିଗତ ଭାବେ କୁହାଯାଉ। ବିଶ୍ବବାସୀଙ୍କ ସମ୍ମୁଖରେ ପରାମର୍ଶ ଦେଲେ ଏହାର କିଛି ମୂଲ୍ୟ ନାହିଁ। ମାତେ ଯଦି କେହି ବାସ୍ତବରେ ପରାମର୍ଶ ଦେବାର ଅଛି ବ୍ୟକ୍ତିଗତ ଭାବେ ଦେଇପାରିଲେ ଭଲ।’ ବୋଲି କୋହଲି ସ୍ପଷ୍ଟ କରିଥିଲେ।
ସୂଚନାଯୋଗ୍ୟ, ଦୀର୍ଘ ୩ ବର୍ଷ ହେବ କୋହଲିଙ୍କ ବ୍ୟାଟରୁ ଶତକ ନମିଳିବା ପରେ ସେ ଫର୍ମକୁ ନେଇ ସଂଘର୍ଷ କରିଥିଲେ। ଗତବର୍ଷ ଟ୍ବେଣ୍ଟି-୨୦ ଅଧିନାୟତ୍ବ ଛାଡ଼ିବା ପରେ ଦିନିକିଆ ଅଧିନାୟକତ୍ବ ପଦ ମଧ୍ୟ ହରାଇଥିଲେ। ଚଳିତ ବ‌ର୍ଷ ପ୍ରାରମ୍ଭରେ ଟେଷ୍ଟ ଅଧିନାୟକତ୍ବରୁ ଓହରିଯାଇଥିଲେ। ଏକ ଭିନ୍ନ ଦୁନିଆରେ ଗତି କରୁଥିବାରୁ ସେ ମଧ୍ୟ ଫର୍ମକୁ ଫେରିପାରିନଥିଲେ। ତେବେ ଦୁଇ ମାସ ତଳେ ସେ କ୍ରିକେଟ୍‌ଠାରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇ ପରିବାର ସହ ଛୁଟି କାଟିବା ପରେ ଏବେ କ୍ରିକେଟ୍‌ ପ୍ରତି ଅଧିକ ଏକାଗ୍ର ହୋଇଛନ୍ତି ଏବଂ ସଫଳତା ପୁଣି ତାଙ୍କ ନିୟନ୍ତ୍ରଣକୁ ଆସୁଛି ବୋଲି ବିଶ୍ବାସ କରାଯାଉଛି।

ସମ୍ବନ୍ଧିତ ଖବର