ନୂଆଦିଲ୍ଲୀ: ବିରାଟ କୋହଲି ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କରଙ୍କ ପରେ ଦ୍ୱିତୀୟ ଭାରତୀୟ କ୍ରିକେଟର ହୋଇ ପାରିଛନ୍ତି, ଯିଏ କି ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ୍ ର୍ୟାକିଙ୍ଗରେ ୯୦୦ ରେଟିଂରେ ପହଞ୍ଚିଛନ୍ତି। ଆଇସିସି କ୍ରିକେଟ ହଲ୍ ଅଫ୍ ଫେମ୍ରେ ସାମିଲ ଗାଭାସ୍କର ଦ ଓଭାଲରେ ୧୯୭୯ରେ ନିଜର ୫୦ତମ ଟେଷ୍ଟ ମ୍ୟାଚ୍ରେ ୧୨ ଓ ୨୨୧ ରନ ସଂଗ୍ରହ କରିବା ବଳରେ ୮୮୭ ରେଟିଂଗ ଦ୍ୱାରା ୯୧୬ ଅଙ୍କରେ ପହଞ୍ଚିଥିଲେ। ଏହା ଥିଲା ଗାଭାସ୍କରଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରେଟିଙ୍ଗ।
BREAKING: On the day he was named ICC Cricketer of the Year, @imVkohli has become the second India batsman after Sunil Gavaskar to reach 900 points in the @MRFWorldwide ICC Test Batting Rankings!
➡️ https://t.co/Q9fT3BLIospic.twitter.com/SEdczeqKDm
— ICC (@ICC) January 18, 2018
ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଅନ୍ ଟେଷ୍ଟରେ ୨୧ତମ ଶତକ ବଳରେ କୋହଲି ଏହି ଅଭିଜ୍ଞତା ନିଜର ୬୫ତମ ଟେଷ୍ଟ ମ୍ୟାଚ୍ରୁ ହାସଲ କରିଛନ୍ତି। ମ୍ୟାଚ୍ ପୂର୍ବରୁ ତାଙ୍କର ୮୮୦ ଅଙ୍କ ଥିଲା, ଯାହାକି ୧୫୩ ଓ ୫ ରନ୍ ବଳରେ ୯୦୦ ଅଙ୍କ ହୋଇଛି। ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ଼ ଅନ୍ୟତମ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି, ଯାହାଙ୍କୁ ୯୦୦ ଅଙ୍କ ପାଖାପାଖି ସ୍ଥାନକୁ ପହଞ୍ଚି ଥିଲେ। କିନ୍ତୁ କିନ୍ତୁ ଏହାକୁ ସେମାନେ କେବେ ବି ଅତିକ୍ରମ କରି ପାରି ନଥିଲେ। ତେନ୍ଦୁଲକର ୨୦୦୨ରେ ୮୯୮ ଓ ରାହୁଲ ଦ୍ରାବିଡ଼ ୨୦୦୫ରେ ୮୯୨ ଅଙ୍କ ପର୍ଯ୍ୟନ୍ତ ପହଞ୍ଚି ଥିଲେ।
ଏହି ଉପଲବ୍ଧି ହାସଲ କରିବାରେ କୋହଲି ଟେଷ୍ଟ ଇତିହାସରେ ୩୧ ତମ ବ୍ୟାଟ୍ସମ୍ୟାନ୍। ଏହି ତାଲିକାରେ ୯୬୧ ଅଙ୍କ ସହିତ ଡନ୍ ବ୍ରାଡମ୍ୟାନ୍ ଶୀର୍ଷ ସ୍ଥାନରେ ଅଛନ୍ତି। ତାଙ୍କ ତଳକୁ ଷ୍ଟିଭ୍ ସ୍ମିଥ(୯୪୭), ରିକି ପଣ୍ଟିଂ ଓ ଜ୍ୟାକ୍ସ ହବ୍ସ(ଉଭୟ ୯୪୨) ଅଙ୍କ ମିଳିଥିଲା। ବର୍ତମାନ ପରିପ୍ରେକ୍ଷୀରେ କୋହଲି ଇଂଲଣ୍ଡର ଅଧିନାୟକ ଜୋଏ ରୁଟଙ୍କ ସ୍ଥାନ ନେଇଛନ୍ତି।