ବେଙ୍ଗାଲୁରୁ: ଶନିବାରଠୁ ଏଠାରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଗୋଲାପୀ ବଲ୍ ଟେଷ୍ଟ୍ର ପ୍ରଥମ ଦିବସରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଏକ ମାଇଲଖୁଣ୍ଟ୍ ଛୁଇଁଛନ୍ତି। ସର୍ବାଧିକ ଟେଷ୍ଟ୍ ରନ୍ କରିବା ତାଲିକାରେ କୋହଲି ଅଷ୍ଟ୍ରେଲିଆର ମାର୍କ ୱ’ଙ୍କୁ ଟପି ଯାଇଛନ୍ତି। ଏହା ପୂର୍ବରୁ କୋହଲି ଶ୍ରୀଲଙ୍କା ବିପକ୍ଷ ମୋହାଲି ଟେଷ୍ଟ୍ ଖେଳି ଶତକୀୟ ମାଇଲଖୁଣ୍ଟ ଛୁଇଁଥିଲେ। ତେବେ ବେଙ୍ଗାଲୁରୁରେ ଖେଳିଥିବା ୧୦୧ତମ ଟେଷ୍ଟ୍ର ପ୍ରଥମ ଦିବସରେ ୨୩ ରନ୍ କରି ଆଉଟ୍ ହୋଇଥିଲେ। ଆଉଟ୍ ହେବା ପୂର୍ବରୁ ସେ ମାର୍କ ୱ’ (୮୦୨୯ ରନ୍, ୧୨୮ ଟେଷ୍ଟ୍)ଙ୍କୁ ପଛରେ ପକାଇ ଦେଇଥିଲେ। କୋହଲିଙ୍କ ରନ୍ ସଂଖ୍ୟା ଏବେ ୮୦୩୦ରେ ପହଞ୍ଚିଯାଇଛି। ତେବେ ଆଉ ୩ ରନ୍ ପାଇଁ କୋହଲି ୱେଷ୍ଟ୍ଇଣ୍ଡିଜ୍ର ଗ୍ୟାରି ସୋବର୍ସ (୮୦୩୨)ଙ୍କୁ ଟପିବାରୁ ବଞ୍ଚିତ ରହିଥିଲେ। ଅନ୍ୟପକ୍ଷରେ ୧୦୧ ଟେଷ୍ଟ୍ ଖେଳିବାରେ କୋହଲି ମଧ୍ୟ ଗ୍ୟାରି କର୍ଷ୍ଟେନ୍, ମାଖୟା ଏନ୍ଟିନି ଏବଂ ବ୍ରେଣ୍ଡନ ମ୍ୟାକ୍ଲମ୍ଙ୍କ ସମକକ୍ଷ ହୋଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp