କୋହଲି ଭାବନ୍ତି ସେ ସବୁକିଛି ଏକା କରିଦେବେ: ଶ୍ରୀବାସ୍ତବ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ତାଙ୍କ ପିଲାଦିନର ସାଥୀ ତଥା ୨୦୦୮ରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ବିଜେତା ଦଳର ଅନ୍ୟତମ ସଦସ୍ୟ ତନ୍ମୟ ଶ୍ରୀବାସ୍ତବ ଭୂୟସୀ ପ୍ରଶଂସା କରିଛନ୍ତି। ପୁରୁଣା ଦିନକୁ ମନେ ପକାଇ ସେ କହିଛନ୍ତି ‘‘କୋହଲି ଆରମ୍ଭରୁ ହିଁ ସମସ୍ତଙ୍କଠାରୁ ଅଲଗା ଥିଲେ। ପିଲାଟି ବେଳୁ ବଡ଼ ବଡ଼ ଶତକ ଅର୍ଜନ କରୁଥିବାରୁ ଦିନେ ନା ଦିନେ କୋହଲି ଭାରତୀୟ ଦଳରେ ସ୍ଥାନ ପାଇବେ ବୋଲି ଆମେ ଦୃଢ଼ ନିଶ୍ଚିତ ଥିଲୁ। ସେ ମଧ୍ୟ ବଡ଼ ଦଳ ବିପକ୍ଷରେ ଭଲ କରିବାକୁ ଆପ୍ରାଣ ଉଦ୍ୟମ କରୁଥିଲେ। କାରଣ କୋହଲି ଭାବୁଥିଲେ ଯେ ବଡ଼ ଦଳ ବିପକ୍ଷରେ ବଡ଼ ପାଳି ଖେଳିଲେ ହିଁ ସେ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିପାରିବେ। ପଡ଼ିଆ ଭିତରେ ଥିଲା ବେଳେ ସେ କେବେ ବି ହାର ମାନୁ ଥିଲେ। ପାରୁ ପର୍ଯ୍ୟନ୍ତ ଲଢ଼ୁଥିଲେ। ଦଳକୁ ଜିତାଇବା ଏକମାତ୍ର ତାଙ୍କ କାମ ବୋଲି ଭାବୁଥିଲେ। ବ୍ୟାଟିଂ କଲା ବେଳେ ମୁଁ ମହାରାଜା, ଦଳକୁ ମୁଁ ହିଁ ଜିତାଇବି ବୋଲି ଚିନ୍ତା କରୁଥିଲେ। କିଛି ଲୋକ ତାଙ୍କର ଏଭଳି ଚରିତ୍ରକୁ ନାପସନ୍ଦ କରୁଥିଲେ। ତାଙ୍କୁ ଅନେକ ସମୟରେ କଟାକ୍ଷ କରୁଥିଲେ। କୋହଲି କିନ୍ତୁ ପଡ଼ିଆ ବାହାରେ ବେଶ୍ ଥଟ୍ଟାମଜା‌ କରୁଥିଲେ। ଏହି ଚରିତ୍ର ପାଇଁ କୋହଲି ଆଜି ଏତେ ବଡ଼ ଖେଳାଳି ‌ହୋଇପାରିଛନ୍ତି। ହେଲେ ତାଙ୍କ ଲଢ଼ୁଆ ଭାବନାକୁ ଅନେକ ଅହଂକାର ବୋଲି ଭାବି ନିଅନ୍ତି। ଯାହା ଆଦୌ ଠିକ୍ ନୁହେଁ।’’

ସମ୍ବନ୍ଧିତ ଖବର