ବିଶ୍ବ ଟେଷ୍ଟ୍ ଫାଇନାଲ୍ରେ ପରାଜୟ ପରେ କିଂବଦନ୍ତି ଭାରତୀୟ ବ୍ୟାଟର୍ ସୁନିଲ ଗାଭାସ୍କର ପ୍ରବଳ ଖପ୍ପା ହୋଇଛନ୍ତି। ଭାରତର ବ୍ୟାଟିଂକୁ ସମ୍ପୂର୍ଣ୍ଣ ବିପର୍ଯ୍ୟୟ ଆଖ୍ୟା ଦେଦା ସହ ବିରାଟ କୋହଲି, ଚେତେଶ୍ବର ପୂଜାରାଙ୍କ ସଟ୍ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଗତକାଲି ପୂଜାରା ଯେଉଁ ସଟ୍ ଖେଳିଥିଲେ ଲାଗୁଥିଲା କେହି ଜଣେ ତାଙ୍କୁ ‘ଷ୍ଟ୍ରାଇକ୍ ରେଟ୍, ଷ୍ଟ୍ରାଇକ୍ ରେଟ୍’ କଥା କହିଥିବେ। ହାସ୍ୟାସ୍ପଦ ସଟ୍ ଖେଳି ଆଉଟ୍ ହୋଇଥିଲେ। ରବିବାର ବିରାଟ କୋହଲି ଯେଉଁ ସଟ୍ ଖେଳିଲେ ତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରାଯିବା ଉଚିତ ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି। କୋହଲିଙ୍କ ସଟ୍ ଅତ୍ୟନ୍ତ ବାଜେ ଥିଲା। ସେ ପର୍ଯ୍ୟନ୍ତ ସେଭଳି ବଲ୍କୁ ଛାଡ଼ୁଥିଲେ, କିନ୍ତୁ ଅର୍ଦ୍ଧଶତକ ପୂର୍ଣ୍ଣ ପାଇଁ ଏକ ରନ୍ ଆଶାରେ ଅଫଷ୍ଟମ୍ପ୍ ବାହାର ବଲ୍କୁ ଖେଳି ଧରାପଡ଼ିଥିଲେ। ଜାଦେଜା ଏବଂ ରାହାଣେ ମଧ୍ୟ ସେଭଳି ସଟ୍ ଖେଳିଥିଲେ ଯାହା ସେମାନେ କରୁନଥିଲେ।
ବେଷ୍ଟ୍ ଅଫ୍ ଥ୍ରୀ’ ଫାଇନାଲ୍ ସପକ୍ଷରେ ରୋହିତ
ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ‘ବେଷ୍ଟ୍ ଅଫ୍ ଥ୍ରୀ’ ଫାଇନାଲ୍ ତଥା ୩ ମ୍ୟାଚ୍ ଫାଇନାଲ୍ସ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଆପଣ ୨ ବର୍ଷ ଧରି କଠିନ ପରିଶ୍ରମ କରି ଫାଇନାଲ୍ ଆସିଥିବେ କିନ୍ତୁ ଗୋଟିଏ ସୁଯୋଗରେ ବିଦାୟ ନେବା ଯୁକ୍ତି ସଂଗତ ନୁହେଁ। ସେହିଭଳି ଏଭଳି ସ୍ତରର ଫାଇନାଲ୍ ପାଇଁ ଅନ୍ୟୁନ ୨୦/୨୫ ଦିନିଆ ପ୍ରସ୍ତୁତି ଆବଶ୍ୟକ ବୋଲି ସେ କହିଥିଲେ। କିନ୍ତୁ ଟ୍ବେଣ୍ଟି-୨୦ ଲିଗ୍ର ପ୍ରାଧାନ୍ୟ କାରଣରୁ ସମୟ ସମସ୍ତଙ୍କ ପାଇଁ ବଡ଼ ଆହ୍ବାନ ହୋଇଛି। ତଥାପି ଖେଳାଳିଙ୍କ ସଚ୍ଚୋଟତା ମଧ୍ୟ ଦୋଛକିରେ ରହିଛି। ସୂଚନାଯୋଗ୍ୟ, ୨ ବର୍ଷ ତଳେ ଭାରତ ପ୍ରଥମ ସଂସ୍କରଣ ଫାଇନାଲ୍ରେ ନ୍ୟୁଜିଲାଣ୍ଡଠାରୁ ହାରିଯିବା ପରେ ମଧ୍ୟ ସେ ସମୟର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲି ‘ବେଷ୍ଟ୍ ଅଫ୍ ଥ୍ରୀ’ ପ୍ରସ୍ତାବ ଦେଇଥିଲେ।