ଭାରତୀୟ କ୍ରିକେଟର୍ ବିରାଟ କୋହଲି ଯେତେବେଳେ ଦିଲ୍ଲୀ ଫେରିଲେ ଏହା ସ୍ଥାନୀୟ ପ୍ରଶଂସକଙ୍କ ଖୁସିକୁ ଦ୍ବିଗୁଣିତ କରି ଦେଇଥାଏ। ରବିବାର ଘରୋଇ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍ ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଖେଳାଯାଇଥିଲା। ସ୍ଥାନୀୟ ପ୍ରଶଂସକ ଘରୋଇ ଦଳ ନୁହେଁ କୋହଲିଙ୍କ ପାଇଁ ଷ୍ଟାଡିୟମ୍ ଭରପୂର ରହିଥିଲା। କୋହଲି ଘରୋଇ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳୁଥିଲେ ମଧ୍ୟ ପରିବେଶ ବହୁତ ଉତ୍ସାହଜନକ ଥିଲା। ପ୍ରଶଂସକମାନେ କୋହଲିଙ୍କ ଅକ୍ସନ ଦେଖିବାକୁ ହିଁ ପଡ଼ିଆକୁ ଆସିଥିଲେ। କୋହଲି ବି ପ୍ରଶଂସକଙ୍କ ମନ ଉଣା କରି ନଥିଲେ। ଅର୍ଦ୍ଧଶତକୀୟ ପାଳି ଖେଳି ଦଳର କ୍ରମାଗତ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ମ୍ୟାଚ୍ ପରେ ସେ ନିଜର ପିଲାବେଳର ପ୍ରଶିକ୍ଷକ ରାଜକୁମାର ଶର୍ମାଙ୍କୁ ଖୋଜିଥିଲେ। ତାଙ୍କୁ ପାଇବା ପରେ ପାଦ ଛୁଇଁ ଦଣ୍ଡବତ କରିଥିଲେ। ଏହା ଶ୍ରୀ ଶର୍ମାଙ୍କୁ ଗର୍ବିତ କରିଥିଲା। ସେ କୋହଲିଙ୍କ ପିଠିକୁ ସ୍ନେହରେ ଥାଫୁଡ଼ି ଆଶୀର୍ବାଦ ଦେଇଥିଲେ। ଏହି ଭିଡିଓ ଭାଇରାଲ୍ ହେବା ପରେ ପ୍ରଶଂସକମାନଙ୍କୁ ବହୁତ ପସନ୍ଦ ଆସିଛି।
ପ୍ରଶିକ୍ଷକଙ୍କ ପାଦ ଛୁଇଁଲେ କୋହଲି
ଭାରତୀୟ କ୍ରିକେଟର୍ ବିରାଟ କୋହଲି ଯେତେବେଳେ ଦିଲ୍ଲୀ ଫେରିଲେ ଏହା ସ୍ଥାନୀୟ ପ୍ରଶଂସକଙ୍କ ଖୁସିକୁ ଦ୍ବିଗୁଣିତ କରି ଦେଇଥାଏ। ରବିବାର ଘରୋଇ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍ ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଖେଳାଯାଇଥିଲା।
/sambad/media/media_files/2025/04/29/qFSQuKFIUzVSItsVt0jT.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)