ବେଙ୍ଗାଲୁରୁ: ଆଇପିଏଲ୍ର ଆଗାମୀ ଋତୁରେ ତାରକା ଭାରତୀୟ ଖେଳାଳି ବିରାଟ କୋହଲି ପୁଣି ଥରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଦଳର ଅଧିନାୟକ ପଦକୁ ଫେରିବେ। ଏଭଳି ସଙ୍କେତ ଏହି ଦଳ ପକ୍ଷରୁ ବୁଧବାର ଦିଆଯାଇଛି। ଅଧିନାୟକ ପଦ ପାଇଁ ଆର୍ସିବି ଯୁବ ଭାରତୀୟ ତାରକା ଶୁବମନ୍ ଗିଲଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲା। ତେବେ ଗିଲ୍ ଗୁଜରାଟ ଟାଇଟନ୍ସ ଦଳରେ ରହିବାକୁ ନିଷ୍ପତ୍ତି ନେଇଥିବାରୁ ଏହି ଉଦ୍ୟମ ସଫଳ ହୋଇ ପାରି ନଥିଲା। ଏଣୁ ପୁରୁଣା ଅଧିନାୟକ କୋହଲିଙ୍କୁ ପୁଣି ଥରେ ତାଙ୍କ ପଦକୁ ଫେରାଇ ଆଣିବାକୁ ଆର୍ସିବି ଅଧିକାରୀମାନେ ନୀତିଗତ ନିଷ୍ପତ୍ତି ନେଇ ସାରିଥିବା ଜଣାପଡ଼ିଛି।
ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ’ ପ୍ଲେସିସ୍ (୪୦ବର୍ଷ) ୨୦୨୨ରୁ ୨୪ ପର୍ଯ୍ୟନ୍ତ ଆର୍ସିବିର ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ତେବେ ବୟସ ତାଙ୍କ ସପକ୍ଷରେ ନଥିବାରୁ ୨୦୨୫ରେ ସେ ଆର୍ସିବି ଅଧିନାୟକ ହେବାର ସମ୍ଭାବନା ପ୍ରାୟ ନାହିଁ। କୋହଲି ୨୦୧୩ରୁ ୨୦୨୧ ପର୍ଯ୍ୟନ୍ତ ଏହି ଦଳର ଅଧିନାୟକ ରହିବା ପରେ ୨୦୨୨ରେ ଇସ୍ତଫା ଦେଇଥିଲେ। କୋହଲି ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରୁ ଅବସର ଘୋଷଣା କରି ସାରିଥିବାରୁ ଆରସିବିର ଅଧିନାୟକ ଦାୟିତ୍ବ ତୁଲାଇବାରେ ସେ କୌଣସି ସମସ୍ୟାର ସମ୍ମୁଖୀନ ହେବେନି ବୋଲି ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/RCB-IPL.jpg)