ବେଙ୍ଗାଲୁରୁରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ-ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ମ୍ୟାଚ୍ ପୂର୍ବରୁ ଦିଲ୍ଲୀ ପ୍ରଶିକ୍ଷକ ରିକି ପଣ୍ଟିଂ ଏବଂ ତାଙ୍କ ୮ ବର୍ଷୀୟ ପୁଅ ଫ୍ଲେଚର୍ଙ୍କୁ ବିରାଟ କୋହଲି ଭେଟିବା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। କୋହଲି ଏବଂ ପଣ୍ଟିଂ କଥାବାର୍ତାରେ ମଜି ରହିଥିବା ବେଳେ ଫ୍ଲେଚର କେବଳ ନିରବରେ ଏହାକୁ ଦେଖୁଛନ୍ତି। ପଣ୍ଟିଂ ମଧ୍ୟ କୋହଲିଙ୍କ ସହ ହାତ ମିଳାଇବାକୁ ଫ୍ଲେଚରକୁ କହୁଛନ୍ତି। ୨୫ ସେକେଣ୍ଡ୍ର ଏହି ଭିଡିଓ କିନ୍ତୁ ଭାରି ଭାଇରାଲ୍ ହୋଇଛି। ସୂଚନାଯୋଗ୍ୟ, ପଣ୍ଟିଂ ଏବଂ ପତ୍ନୀ ରାଏନାଙ୍କ ଏକମାତ୍ର ପୁତ୍ର ହେଉଛନ୍ତି ଫ୍ଲେଚର। ଉଭୟଙ୍କର ଦୁଇ କନ୍ୟା ଏମି ଚାର୍ଲୋଟ୍ (୧୫ ବର୍ଷ) ଏବଂ ଏଲି ମାଟିସ୍ (୧୧) ମଧ୍ୟ ଅଛନ୍ତି।
ପଣ୍ଟିଂଙ୍କ ପୁଅ ସହ କୋହଲି
/sambad/media/post_attachments/wp-content/uploads/2023/04/kohali-ff.jpg)