ମାସ୍କ ପିନ୍ଧି କୋହଲିଙ୍କ ଅଭ୍ୟାସ

ଦୁବାଇ: ରବିବାରର ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ସ୍ବତନ୍ତ୍ର ମାସ୍କ ପିନ୍ଧି ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲେ। ସାଧାରଣତଃ ଏଭଳି ମାସ୍କ ସମୁଦ୍ର ପତନଠାରୁ ଉଚ୍ଚରେ ଥିବା ଏବଂ ବାୟୁର ଚାପ କମ୍‌ ଥିବା ସ୍ଥାନଗୁଡ଼ିକରେ ପିନ୍ଧା ଯାଇଥାଏ। ଏହା ପୂର୍ବରୁ ଜିମ୍‌ରେ ଅଭ୍ୟାସ କରୁଥିଲା ବେଳେ ସେ ଏଭଳି ମାସ୍କ ପିନ୍ଧିଥିବାର ଦୃଶ୍ୟ ପଦାକୁ ଆସିଥିଲା। ଏହି ସ୍ବତନ୍ତ୍ର ମାସ୍କ ପିନ୍ଧି କୋହଲି ମଧ୍ୟ ଦୁବାଇ ସ୍ପୋର୍ଟସ କ୍ଲବ୍ ପଡ଼ିଆରେ ଦୁଇ ଚକ୍କର ଲଗାଇଥିଲେ। ଗୋଟିଏ ଥର ପଡ଼ିଆ ଚାରିପଟେ ଦୌଡ଼ିବା ପରେ ୩୦ ସେକେଣ୍ଡର ବିଶ୍ରାମ ନେଇଥିଲେ ସେ। ଏହା ପରେ ପୁଣି ଥରେ ପଡ଼ିଆ ଚାରିପଟେ ଦୌଡ଼ିବା ଆରମ୍ଭ କରିଥିଲେ। ଏଭଳି କରିବା ଦ୍ବାରା ହୃଦୟ ଏବଂ ଫୁସଫୁସ୍‌ର କ୍ଷମତା ବଢ଼ିଥାଏ।

ସମ୍ବନ୍ଧିତ ଖବର