କୋହଲିଙ୍କ ମାଇଲଖୁଣ୍ଟ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ୧୦୦୦ ରନ୍‌

ପର୍ଥ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ବିରାଟ କୋହଲି ଅଧିକ ସମୟ କ୍ରିଜ୍‌ରେ ତିଷ୍ଠିପାରିନଥି‌ଲେ। ସେ ୧୧ ବଲ୍‌ରୁ ୨ ଚୌକା ସହାୟତାରେ ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ଏହି ପାଳି ଅବସରରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସେ ୧୦୦୦ ରନ୍‌ ପୂରଣ କରିବାର ମାଇଲଖୁଣ୍ଟ ଛୁଇଁଥିଲେ। ଆଉ ଏକ୍ଷେତ୍ରରେ କୋହଲି ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେଙ୍କ ପଛକୁ ଦ୍ବିତୀୟ ଖେଳାଳି ହୋଇଛନ୍ତି। ଏହି ଫର୍ମାଟ୍‌ର ବିଶ୍ବକପ୍‌ରେ ୨୪ ମ୍ୟାଚ୍‌ ଏବଂ ୨୨ ପାଳି ଖେଳିଥିବା କୋହଲିଙ୍କ ମୋଟ ରନ୍‌ ୧୦୦୧ରେ ପହଞ୍ଚିଛି। ତାଙ୍କ ହାରିହାରି ୮୩.୪୧ ରହିଥିଲା ବେ‌ଳେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ ୮୯* ରହିଛି। ଏହି ମାଇଲଖୁଣ୍ଟ ମଧ୍ୟରେ ତାଙ୍କ ବ୍ୟାଟ୍‌ରୁ ୧୨ ଅର୍ଦ୍ଧଶତକ ଆସିଛି।

ଜୟବର୍ଦ୍ଧନେ ୩୧ ମ୍ୟାଚ୍‌ରୁ ୩୯.୦୭ ହାରରେ ମୋଟ ୧୦୧୬ ରନ୍‌ କରିଥିଲା ବେଳେ ସେଥିରେ ଗୋଟିଏ ଶତକ ଓ ୬ ଅର୍ଦ୍ଧଶତକ ସାମିଲ ରହିଛି। ମାହେଲାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର୍‌ ୧୦୦ ଅଛି। ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ୱେଷ୍ଟ୍‌ଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (୯୬୫), ଭାରତୀୟ ଅଧିନାୟକ ରୋହିତ ଶର୍ମା (୯୧୯) ଏବଂ ଶ୍ରୀଲଙ୍କାର ତିଳକରତ୍ନେ ଦିଲ୍‌ସାନ (୮୯୭) ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି। ତେବେ କୋହଲି ମାତ୍ର ୧୬ ରନ୍‌ ପାଇଁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଅଗ୍ରଣୀ ରନ୍‌ ସ୍କୋରର ହେବାରୁ ବଞ୍ଚିତ ରହିଛନ୍ତି।

ସମ୍ବନ୍ଧିତ ଖବର