କୋହଲିଙ୍କ ‌ନୂଆ ମୋବାଇଲ୍ ହଜିଲା!

ନୂଆଦିଲ୍ଲୀ: ଭାରତର ତାରକା ବ୍ୟାଟର୍‌ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ହେଉଥିଲା ‌ବେଳେ ତାଙ୍କର ଏକ ଟ୍ବିଟ୍‌ ପୋଷ୍ଟ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ ହେବାକୁ ଲାଗିଛି। ସେ ମଙ୍ଗଳବାର ଏକ ଟ୍ବିଟ୍‌ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖିଛନ୍ତି ଯେ ବକ୍ସ ଖୋଲିବା ପୂର୍ବରୁ ନୂଆ ଫୋନ୍‌ ହରାଇବାର ଦୁଃଖ ସେତେଟା ଆଘାତ କରିବ?

କିଏ ଏହାକୁ ଦେଖିଛ? ଏହି ପୋଷ୍ଟ ପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରଶଂସକମାନେ ଏହାର ଜବାବ ରଖିଥିଲେ। କିଛି ପ୍ରଶଂସକ ଏହା ନୂଆ ପ୍ରଡକ୍ଟର ପ୍ରଚାର ବୋଲି ଭାବିଥିଲେ। ଫୁଡ୍‌ ଡେଲିଭେରି କମ୍ପାନି ଜୋମାଟୋ ଏହି ଟ୍ବିଟ୍‌ର ଜବାବରେ ଲେଖିଥିଲା ‘‘ଯଦି ଫ୍ରି ଅଛ, ଭାଉଜଙ୍କ ଫୋନ୍‌ରୁ ଆଇସ୍‌କ୍ରିମ୍‌ ଅର୍ଡର କର ଏହା ସାହାଯ୍ୟ କରିବ’’। ଏହି ଭାଇରାଲ ପୋଷ୍ଟକୁ ୨୦ ଲକ୍ଷରୁ ଊର୍ଧ୍ବ ଲୋକ ଦେଖିଥିଲେ।

ସମ୍ବନ୍ଧିତ ଖବର