ଆବୁଧାବି: ଆର୍ସିବି ତଥା ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ନିଜ ଅତୁଳନୀୟ ବ୍ୟାଟିଂ କୌଶଳ ସହ ଆକର୍ଷଣୀୟ ଶରୀର ଓ ଶୃଙ୍ଖଳିତ ଜୀବନଶୈଳୀ ପାଇଁ ବେଶ୍ ପରିଚିତ। ତାଙ୍କ ପାଇଁ ହିଁ ଭାରତୀୟ କ୍ରିକେଟ୍ ଦଳ ଆଜି ବିଶ୍ବର ଅନ୍ୟତମ ଫିଟ୍ ଓ ଶ୍ରେଷ୍ଠ ଫିଲ୍ଡିଂ ଦଳର ମାନ୍ୟତା ଲାଭ କରିଛି। କୋହଲି ଏବେ ଆର୍ସିବି ଖେଳାଳିଙ୍କୁ ଫିଟ୍ ଓ ସୁସ୍ଥ ରହିବା ଲାଗି ଅନୁପ୍ରେରିତ କରୁଛନ୍ତି। ନିଜ ସହ ସେମାନଙ୍କୁ ମଧ୍ୟ ସୁଷମ ଖାଦ୍ୟ ଖାଇ ନିୟମିତ ବ୍ୟାୟାମ କରିବାକୁ ଉତ୍ସାହିତ କରୁଛନ୍ତି। ଏହାର ଫଳ ମଧ୍ୟ ମିଳିବା ଆରମ୍ଭ କଲାଣି। ବୁଧବାରର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ କୋହଲି ଓ ତାଙ୍କ ଦଳର ଖେଳାଳିମାନେ ସୁଇମିଂ ପୁଲ୍ରେ ଜଳକ୍ରୀଡ଼ା କରୁଥିଲା ବେଳେ ସେମାନେ ଯେ କେତେ ଫିଟ୍ ଓ ଫାଇନ୍ ଅଛନ୍ତି ତାହା ଜଣାପଡ଼ିଥିଲା। ସମସ୍ତେ ବେଶ୍ ଶକ୍ତିଶାଳୀ ମନେ ହେଉଥିଲେ। ତେବେ କୋହଲିଙ୍କ ସାର୍ଟ ଖୋଲା ଦେହ ହିଁ ପ୍ରଶଂସକଙ୍କର ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରିଥିଲା। ତାଙ୍କ ସୁଢ଼ଳ ଶରୀର ପ୍ରଶଂସକଙ୍କୁ ବେଶ୍ ପସନ୍ଦ ବି ଆସିଥିଲା। ସେଥିପାଇଁ କୋହଲିଙ୍କ ଫଟୋ ପଦାକୁ ଆସିବା ପରେ କ୍ଷଣକ ମଧ୍ୟରେ ସାମାଜିକ ଜଣମାଧ୍ୟମରେ ଭାଇରାଲ ହୋଇଯାଇଥିଲା।
ଭାଇରାଲ ହେଲା କୋହଲିଙ୍କ ସାର୍ଟ ଖୋଲା ଫଟୋ
/sambad/media/post_attachments/wp-content/uploads/2021/09/5sf4h65sf65hh4sf65hhfhfshfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)