ସିଡ୍ନି: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍ ପରେ ଅଧିନାୟକ ବିରାଟ କୋହଲି ସ୍ବଦେଶ ଫେରିବା ଭାରତୀୟ ବ୍ୟାଟିଂକ୍ରମରେ ଏକ ବଡ଼ ଛିଦ୍ର ସୃଷ୍ଟି କରିବ। ଏହା ଫଳରେ ଭାରତର ଦଳ ଚୟନ ନେଇ ବି ଦ୍ବନ୍ଦ୍ବ ସୃଷ୍ଟି ହେବ। ଶେଷରେ ଏହି ଶୃଙ୍ଖଳାର ଗତିପଥ କେଉଁ ଆଡ଼େ ହେବ, ସେକଥା ମଧ୍ୟ ନିର୍ଣ୍ଣୟ କରିବ। ଅଷ୍ଟ୍ରେଲୀୟ କିଂବଦନ୍ତି ଇଆନ ଚାପେଲ ରବିବାର ଏଭଳି ମନ୍ତବ୍ୟ ଦେଇଛନ୍ତି। ତେବେ ଏହାଦ୍ବାରା କେହିଜଣେ ପ୍ରତିଭାବାନ ଯୁବ ଭାରତୀୟ ଖେଳାଳିଙ୍କ ପାଇଁ ନିଜ ପରାକାଷ୍ଠା ଦେଖାଇବାର ସୁବର୍ଣ୍ଣ ସୁଯୋଗ ମିଳିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଶୃଙ୍ଖଳାର ଫଳାଫଳ କେଉଁ ଦଳ କେମିତି ଖେଳାଳି ବାଛୁଛନ୍ତି, ତା’ ଉପରେ ନିର୍ଭରଶୀଳ ରହିବ ବୋଲି ଆକଳନ କରି ଚାପେଲ କହିଥିଲେ ଯେ ମୁଁ ଜୋଏ ବର୍ନଙ୍କ ସ୍ଥାନରେ ୱିଲ୍ ପକଭସ୍କିଙ୍କୁ ଖେଳାଇବା ସପକ୍ଷରେ ଯୁକ୍ତି ବାଢ଼ିବି। ଡେଭିଡ୍ ୱାର୍ନରଙ୍କ ସହ ପକଭସ୍କି ପାଳି ଆରମ୍ଭ କରିପାରିବେ। ବର୍ନସ ଗତ ଗ୍ରୀଷ୍ମରେ ୩୨ ହାରରେ ମାତ୍ର ୨୫୬ ରନ୍ କରିବା ଏହାର ମୁଖ୍ୟ କାରଣ। ଏହା ଅତି ସାଧାରଣ ପ୍ରଦର୍ଶନ। କୋଭିଡ୍-୧୯ର ଅସ୍ବାଭାବିକ ସମୟରେ ଭାରତର ପ୍ରସ୍ତୁତି ଅଷ୍ଟ୍ରେଲିଆଠାରୁ ଭଲ ରହିବ ବୋଲି ସ୍ବୀକାର କରିଥିଲେ ସେ। ‘‘ଅଷ୍ଟ୍ରେଲିଆର ସଂଶୟ ଭରା ଖେଳସୂଚୀ ଭାରତକୁ ଫାଇଦାରେ ରଖିବ। ସଙ୍ଗରୋଧ ବେଳେ ଭାରତକୁ ଅଭ୍ୟାସ କରିବାର ଅନୁମତି ମିଳିଥିବାରୁ ଅଷ୍ଟ୍ରେଲିଆ ପରିବେଶ ସହ ନିଜକୁ ଖାପ ଖୁଆଇବା ଲାଗି ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/442711-kohli-chappell.jpg)