ନୂଆଦିଲ୍ଲୀ: ଟ୍ବିଟର୍ରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଅନୁଗାମୀ ସଂଖ୍ୟା ୫୦ ନିୟୁତ ବା ୫ କୋଟି ଛୁଇଁଛି। ଅନ୍ୟ ଦୁଇ ସାମାଜିକ ଗଣମାଧ୍ୟମ ମଞ୍ଚ ଯଥା ଇନଷ୍ଟାଗ୍ରାମ ଓ ଫେସ୍ବୁକ୍ରେ ତାଙ୍କର ଯଥାକ୍ରମେ ୨୧.୧ କୋଟି ଏବଂ ୪.୯ କୋଟି ଅନୁଗାମୀ ଅଛନ୍ତି। ୩୩ ବର୍ଷୀୟ କୋହଲି ନିକଟରେ ଶେଷ ହୋଇଥିବା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ୩ ବର୍ଷର ଶତକ ମରୁଡ଼ିକୁ ଦୂର କରିଥିଲେ। ଆଫଗାନିସ୍ତାନ ବିପକ୍ଷରେ ନିଜ ୭୧ତମ ଅନ୍ତର୍ଜାତୀୟ ଶତକ ହାସଲ କରିବା ପରେ ସାମାଜିକ ଗଣମାଧ୍ୟମରେ ତାଙ୍କ ଅନୁଗାମୀ ସଂଖ୍ୟା ପୂର୍ବାପେକ୍ଷା ଯଥେଷ୍ଟ ବଢ଼ିଛି। ଟ୍ବିଟର୍ରେ ୫ କୋଟି ଅନୁଗାମୀ ହାସଲ କରି କୋହଲି ମଧ୍ୟ ପର୍ତ୍ତୁଗାଲର ଫୁଟବଲ୍ କିଂବଦନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆମେରିକାର ବାସ୍କେଟବଲ୍ ତାରକା ଲିବ୍ରନ୍ ଜେମ୍ସଙ୍କ ସ୍ବତନ୍ତ୍ର କ୍ଲବ୍ରେ ସାମିଲ ହୋଇଛନ୍ତି। ଟ୍ବିଟରରେ ରୋନାଲ୍ଡୋଙ୍କର ସର୍ବାଧିକ ୧୦.୩ ଏବଂ ଲିବ୍ରନ୍ଙ୍କର ୫.୨ କୋଟି ଅନୁଗାମୀ ଅଛନ୍ତି।
କୋହଲିଙ୍କ ଟ୍ବିଟର୍ ଅନୁଗାମୀ ୫ କୋଟି ଛୁଇଁଲା: ରୋନାଲ୍ଡୋଙ୍କ କ୍ଲବରେ ସାମିଲ୍
/sambad/media/post_attachments/wp-content/uploads/2022/01/kohli-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)