ସାର୍ଜା: ଆଇପିଏଲ୍-୨୦୨୧ର ପ୍ଲେ ଅଫ୍ ପର୍ଯ୍ୟାୟର ଏଲିମିନେଟର ମୁକାବିଲାରେ ବାଙ୍ଗାଲୋରକୁ ୪ ଉଇକେଟରେ ପରାସ୍ତ କରିଛି କୋଲକାତା । ପ୍ରଥମରୁ ବାଙ୍ଗାଲୋର ୨୦ ଓଭରରେ ୭ ୱିକେଟ ହରାଇ ୧୩୮ ରନ୍ କରିଥିଲା । ଜବାବାରେ କୋଲକାତା ୧୯.୪ ଓଭରରେ ୬ ୱିକେଟ ହରାଇ ୧୩୯ ରନ୍ କରି ବିଜୟ ହାସଲ କରିଛି । କୋଲକାତା ପକ୍ଷରୁ ସୁବମାନ ଗିଲ ୧୮ ବଲରୁ ୨୯ ରନ୍ କରିଥିବା ବେଳେ ଭେଙ୍କଟେଶ ଆୟର ୨୬ ରନ୍ ଓ ସୁନୀଲ ନାରିନଙ୍କ ଦମ୍ଦାର ୧୫ ବଲରୁ ୨୬ ରନ୍ ବଳରେ କୋଲକାତା ଏହି ମ୍ୟାଚକୁ ଜିତି ନେଇଛି । ଅନ୍ୟପଟେ ଏହି ପରାଜୟ ସହ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଚଳିତ ସିଜିନରେ ତାର ଯାତ୍ରା ଶେଷ କରିଛି । ଅନ୍ୟପକ୍ଷରେ ଏହି ବିଜୟ ସହ କୋଲକାତା ଫାଇନାଲକୁ ଯିବା ପାଇଁ ଦିଲ୍ଲୀ ସହିତ ଦ୍ବିତୀୟ କ୍ୱାଲିଫାୟର ମ୍ୟାଚ ଖେଳିବ ।
ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ କୋହଲି ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କୋଲକାତା ଟିମ୍ କୋହଲିଙ୍କ ଟିମ୍କୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନଥିଲା । ବାଙ୍ଗାଲୋର ୨୦ ଓଭରରେ ୭ଟି ଓ୍ଵିକେଟ ହରାଇ ୧୩୮ ରନ୍ ସଂଗ୍ରହ କରିଥିଲା। ଫଳରେ କୋଲାକାତା ନାଇଟ ରାଇଡର୍ସକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୩୯ ରନ୍ ବିଜୟ ଲକ୍ଷ୍ୟ ମିଳିଥିଲା।
ବାଙ୍ଗାଲୋରର ପାଳି ଆରମ୍ଭ କରିଥିଲେ ଦେବଦତ୍ତ ପଡ଼ିକଲ ଓ ଅଧିନାୟକ ବିରାଟ କୋହଲି। ଦେବଦତ୍ତ ୧୮ଟି ବଲ ଖେଳି ୨ଟି ଚୌକା ସହାୟତାରେ ୨୧ ରନ୍ ସଂଗ୍ରହ କରିଥିଲେ। କୋହଲି ୩୩ଟି ବଲ୍ର ସାମ୍ନା କରି ୫ଟି ଚୌକା ସହାୟତାରେ ୩୯ ରନ୍ ସଂଗ୍ରହ କରିଥିଲେ। ଉଭୟ ଓପନର ଯୋଡ଼ି ପ୍ରଥମ ଓ୍ଵିକେଟରେ ୪୯ ରନ୍ ସଂଗ୍ରହ କରିଥିଲେ। ତେବେ ଦେବଦତ୍ତ ଆଉଟ୍ ହୋଇଯିବା ପରେ ଶ୍ରୀକର ଭରତ ପଡ଼ିଆକୁ ପ୍ରବେଶ କରିଥିଲେ। ସେ ୧୬ଟି ବଲ ଖେଳି ଦଳପାଇଁ ମାତ୍ର ୯ ରନ୍ ଯୋଗଦାନ ଦେଇଥିଲେ। ବାଙ୍ଗାଲୋର ୨ୟ ଓ୍ଵିକେଟ୍ ଭାବେ ୬୯ ରନ୍ରେ ଶ୍ରୀକର ଭରତଙ୍କୁ ହରାଇଥିଲା। କୋଲକାତା ଟିମ୍ର ୩ୟ ଶିକାର ହୋଇଥିଲେ କୋହଲି। ବାଙ୍ଗାଲୋର ୮୮ ରନ୍ ବେଳକୁ ଦଳର ଆଗଧାଡ଼ିର ୩ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା।
ବାଙ୍ଗାଲୋର ଟିମ୍ର ମଧ୍ୟକ୍ରମର ଖେଳାଳିମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏହି କ୍ରମରେ କୌଣସି ଖେଳାଳି ୧୫ରୁ ଅଧିକ ରନ୍ ସଂଗ୍ରହ କରିପାରି ନଥିଲେ। ଗ୍ଲେନ୍ ମ୍ୟାକ୍ସେେଓ୍ଵଲ୍ ୧୫ ରନ୍, ଏବି ଡିଭିଲିୟର୍ସ ୧୧ ରନ୍, ଶାହାବାଜ୍ ଅହମଦ ୧୩ ରନ୍, ଡାନ୍ କ୍ରିଷ୍ଟିଆନ୍ ୯ ରନ୍ ଓ ହର୍ଷ ପଟେଲ ୮ ରନ୍ କରିଥିଲେ। କୋଲକାତା ପକ୍ଷରୁ ସୁନିଲ ନରିନ୍ ସର୍ବାଧିକ ୪ଟି ଓ୍ଵିକେଟ୍ ନେଇଥିଲେ। ଲୋକି ଫର୍ଗୁସନଙ୍କୁ ୨ଟି ଓ୍ଵିକେଟ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/kolkatta-won11_Thumb-2.jpg)