ମସ୍କୋ: ଆକାରରେ ଓଡ଼ିଶାଠାରୁ ବି ଛୋଟିଆ କ୍ରୋଏସିଆ ବିଶ୍ୱକପର ଫାଇନାଲରେ ପ୍ରବେଶ କରି ସମସ୍ତଙ୍କୁ ଚକିତ କରି ଦେଇଛି। ସେଥିପାଇଁ ସେହି ଦେଶରେ ସଂପ୍ରତି ଉତ୍ସବର ମାହୋଲ ରହିଛି। କ୍ରୋଏସିଆ ରାଷ୍ଟ୍ରପତି କୋଲିଣ୍ଡା ଗ୍ରାବର କିଟାରୋଭିକ ମଧ୍ୟ ସାଧାରଣ ଜନତାଙ୍କ ଭଳି ନିଜ ଦଳର ସଫଳତାରେ ସାମିଲ ହୋଇ ଯାଇଛନ୍ତି। ସେମିଫାଇନାଲରେ କ୍ରୋଏସିଆ ପୂର୍ବ ବିଜେତା ଇଂଲଣ୍ଡକୁ ହରାଇବା ପରେ ଦର୍ଶକ ଷ୍ଟାଣ୍ଡରେ ସେ କରିଥିବା ନାଚ ସାମାଜିକ ଗଣମାଧ୍ୟମରେ ଧୁମ୍ ମଚାଇଥିଲା। କୋଲିଣ୍ଡା ରବିବାର ଆୟୋଜକ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ନିଜ ଦଳର ସକର ସାର୍ଟ ଉପହାର ଦେଇଥିଲେ। ପୁଟିନ ମଧ୍ୟ କ୍ରୋଏସିଆ ଦଳର ସଫଳତା ଲାଗି ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରତିବଦଳରେ କୋଲିଣ୍ଡାଙ୍କୁ ପୁଟିନ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିଥିଲେ।
ପୁଟିନଙ୍କୁ କୋଲିଣ୍ଡାଙ୍କ ସାର୍ଟ ଉପହାର
/sambad/media/post_attachments/wp-content/uploads/2018/07/Russian-President-Vladimir-Putin-and-Croatian-President-Kolinda-Grabar-Kitarovic-attend-a-meeting-at-the-Kremlin-in-Moscow..jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)