କୋଲକାତା: ଚଳିତ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କୋଲ୍‌କାତା ନାଇଟ୍ ରାଇଡର୍ସ ‘ଯୁଗଳ ବିଜୟ’ ଅର୍ଜନ କରିଛି। ଲିଗ୍ ପର୍ଯ୍ୟାୟର ଉଭୟ ମ୍ୟାଚ୍‌ରେ କୋଲ୍‌କାତା ବିଜୟୀ ହୋଇଛି। ମୁମ୍ବାଇରେ ବିଜୟୀ ହୋଇଥିବା ଶ୍ରେୟସ ଆୟରଙ୍କ ଦଳ ୧୮ ରନ୍‌ରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳକୁ ହରାଇ‌ ପ୍ଲେ ଅଫ୍ ଯୋଗ୍ୟତାକୁ ନିଶ୍ଚିତ କରିଛି। ବର୍ଷାବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ୧୬ ଓଭରରେ ୧୫୮ ରନ୍ ଲକ୍ଷ୍ୟକୁ ପିଛା କରି ଦୌଡ଼ରୁ ବାଦ୍ ପଡ଼ି ସାରିଥିବା ମୁମ୍ବାଇ ୧୩୯ ରନ୍‌ରେ ଅଟକିଯାଇଥିଲା। ମୁମ୍ବାଇ ୧୩ ମ୍ୟାଚ୍‌ରୁ ୯ ପରାଜୟ ବରଣ କରିଥିବାବେଳେ କେକେଆର୍‌ ୧୨ ମ୍ୟାଚ୍‌ରୁ ନବମ ବିଜୟ ପାଇଛି। ବରୁଣ ଚକ୍ରବର୍ତ୍ତୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

Advertisment

ଅଦିନିଆ ବର୍ଷା କାରଣରୁ ଆଇପିଏଲ୍‌ର ଏହି ୬୦ତମ ମ୍ୟାଚ୍‌ ପ୍ରାୟ ଦୁଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଏଥି ପାଇଁ ୧୬ ଓଭର ବିଶିଷ୍ଟ କରାଯାଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବା ପରେ କୋଲକାତା ଏହାର ସଫଳ ପ୍ରାରମ୍ଭିକ ଯୋଡ଼ି ଫିଲ୍ ସଲ୍ଟ (୬) ଓ ସୁନିଲ ନାରାୟଣ (୦)ଙ୍କୁ ପ୍ରଥମ ୭ ବଲ୍ ଭିତରେ ହରାଇ ଦେଇଥିଲା। ତୁଷାରା ଓ ବୁମରା ଏହି ବିପର୍ଯ୍ୟୟ ଘଟାଇବା ପରେ ପୀୟୂଷ ଚାୱଲା ଓ ଅଂଶୁଲ ଗମ୍ବୋଜ ଗୋଟିଏ ଲେଖାଏଁ ୱିକେଟ୍‌ ନେଇ କୋଲକାତା ନାଇଟ୍ ରାଇଡର୍ସକୁ ୭୭/୪ରେ ସଂଘର୍ଷ କରାଇଥିଲେ। ଅଧିନାୟକ ଶ୍ରେୟସ ଆୟର (୭) ଓ ଭେଙ୍କଟେଶ ଆୟର (୨୧ ବଲ୍‌ରୁ ୪୨ ରନ୍)ଙ୍କ ବିଦାୟ ପରେ ନୀତୀଶ ରାଣା (୨୩ ବଲ୍‌ରୁ ୩୩ ରନ୍), ଆନ୍ଦ୍ରେ ରସେଲ (୧୪ ବଲ୍‌ରୁ ୨୪ ରନ୍), ରିଙ୍କୁ ସିଂହ (୧୨ ବଲ୍‌ରୁ ୨୦ ରନ୍) ଓ ରମଣଦୀପ ସିଂହ (୮ ବଲ୍‌ରୁ ୧୭* ରନ୍) ଦଳକୁ ୧୫୭ ରନ୍‌ରେ ପହଞ୍ଚାଇ ଦେଇଥିଲେ।

ସଂକ୍ଷିପ୍ତ ସ୍କୋର: କୋଲ୍‌କାତା ନାଇଟ୍ ରାଇଡର୍ସ ୧୬ ଓଭରରେ ୧୫୭/୭ (ଭେଙ୍କଟେଶ ଆୟର-୪୨, ନୀତୀଶ ରାଣା-୩୩, ଆନ୍ଦ୍ରେ ରସେଲ-୨୪, ରିଙ୍କୁ ସିଂହ-୨୦, ରମଣଦୀପ ସିଂହ-୧୭*, ପୀୟୂଷ ଚାୱଲା-୨/୨୮, ଯଶପ୍ରୀତ୍ ବୁମରା-୨/୩୯, ଅଂଶୁଲ କମ୍ବୋଜ-୧/୨୪, ନୁୱାନ ତୁଷାରା-୧/୩୧)। ମୁମ୍ବାଇ ଇଣ୍ଡିଆନ୍ସ ୧୬ ଓଭରରେ ୧୩୯/୮ (ଈଶାନ କିଶନ-୪୦, ତିଲକ ବର୍ମା-୩୨, ରୋହିତ ଶର୍ମା-୧୯, ନମନ ଧୀର-୧୭, ବରୁଣ ଚକ୍ରବର୍ତ୍ତୀ-୨/୧୭, ହର୍ଷିତ ରାଣା-୨/୩୪, ଆନ୍ଦ୍ରେ ରସେଲ-୨/୩୪, ସୁନିଲ ନାରାୟଣ-୧/୨୧)।